Below header

ଦେଖନ୍ତୁ ଅହିରାଜ ଓ ନେଉଳର ଜବରଦସ୍ତ ଲଢେଇ, ଦେଖନ୍ତୁ କିଏ ଜିତିଲା

ବାଲେଶ୍ଵର(କେ ନ୍ୟୁଜ): ସାପ ଓ ନେଉଳ କଥା ପଡିଲେ ଦେହ ଟାଙ୍କୁରି ଉଠେ । କାରଣ ଏ ଦୁହେଁ ହେଉଛନ୍ତି ପାରମ୍ପରିକ ଶତ୍ରୁ । ଦୁହେଁ ପରସ୍ପରକୁ ଦେଖିଲେ ତାଙ୍କ ମଧ୍ୟରେ ଲଢ଼େଇ ଯେମିତି ହେଲେ ହୁଏ | ସ୍ଥାନୀୟ କିଛି ମଣିଷଙ୍କ ହସ୍ତକ୍ଷେପ ପରେ ଦୁଇଜଣ ଙ୍କର ଲଡେଇ ଛଡ଼ାଇ କଷ୍ଟକର ହୋଇ ପଡ଼ିଥିଲା । ଏପରି ଏକ ଘଟଣା ଦେଖିଵାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଳକ ପ୍ରଶିଦ୍ଧ ଶୈବପୀଠ ପଞ୍ଚୁଲିଙ୍ଗେଶ୍ୱର ଠାରେ । ଏକ ବିରାଟ ଅହିରାଜ ସାପ ଓ ନେଉଳ ମଧ୍ୟରେ ଲଢ଼େଇ ହୋଇଥିଲା ଘମାଘୋଟ ଲଢେଇ ।

 ଏହି ଘଟଣାକୁ ଦେଖିବାକୁ ପ୍ରବଳ ଜନଗହଳି ମଧ୍ୟ ହୋଇଥିଲା । ସମସ୍ତେ ଉଭୟ ଙ୍କର ଲଢ଼େଇ ଵନ୍ଦ କରିବା ପାଇଁ ଚେଷ୍ଟା କରୁଥିବା ଵେଳେ ଏହା ସମ୍ଭବ ହୋଇପାରିନଥିଲା | ବହୁ ଚେଷ୍ଟା ପରେ କଷ୍ଟରେ ବନ୍ଦ ହୋଇଥିଲା ସେମାନଙ୍କ ଲଢେଇ । ଶେଷରେ ଅନେକ ଚେଷ୍ଟା ପରେ ତାଙ୍କୁ ଅଟକା ଯାଇ ସାପଟିକୁ କାବୁ କରିନେଇଥିଲେ ଗାଁ ଲୋକେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.