IPL ରେ ଡେବ୍ୟୁ କରିବେ ଅର୍ଜୁନ ତେନ୍ଦୁଲକର ! ଫେବ୍ରୁଆରୀ ୧୮ ରେ ହେବ ନିଲାମୀ

IPL ୨୦୨୧ ପାଇଁ ହେବ ଅକ୍ସନ୍। ୧୮ ଫେବ୍ରୁଆରୀରେ ଚେନ୍ନାଇରେ ହେବ ନିଲାମୀ। ୨୯୨ ଖେଳାଳିଙ୍କୁ ନେଇ ଏକ ତାଲିକା ବାହାରିଛି। ଏହି ଲିଷ୍ଟ୍ ରେ କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଓ ଟିମ୍ ଇଣ୍ଡିଆର ଟେଷ୍ଟ୍ ଷ୍ଟାର ଚେତେଶ୍ୱର ପୂଜାରାଙ୍କ ନାଁ ରହିଛି।

BCCI ୨୯୨ କ୍ରିକେଟରଙ୍କ ତାଲିକା ଫାଇନାଲ କରିଦେଇଛନ୍ତି। ୨୦୨୧ ର ମିନି ଅକ୍ସନ ପାଇଁ ୧୧୧୪ ଖେଳାଳି ନାମ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ତେବେ ସେଥିରେ ୨୯୨ ଖେଳାଳିଙ୍କୁ ଫାଇନାଲ ଲିଷ୍ଟରେ ସାମିଲ କରାଯାଇଛି। ଅର୍ଜୁନ ୧୫ ଜାନୁୟାରୀରେ ହରିୟାଣା ବିପକ୍ଷରେ ମୁମ୍ବାଇ ଟିମ୍ରୁ ନିଜର ପ୍ରଥମ ମ୍ୟାଚ ଖେଳିଛନ୍ତି। ସଚିନ୍ ତେନ୍ଦୁଲକରଙ୍କ ପୁଅ ହୋଇଥିବାରୁ ଅର୍ଜୁନଙ୍କ ଉପରେ ସବୁବେଳେ ସମସ୍ତଙ୍କ ନଜର ରହିଥାଏ।


୨୦୧୭ରେ ଅର୍ଜୁନ ଇଂଲଣ୍ଡ ସିନିୟର୍ ଟିମଙ୍କ ଠାରୁ ଟ୍ରେନିଂ ନେଇଛନ୍ତି। ଏହାପରେ ତାଙ୍କ ଖେଳ ଉପରେ ଆଉ ଟିକେ ଦୃଷ୍ଟି ରଖିଥିଲେ ତେନ୍ଦୁଲକରଙ୍କ ପ୍ରଶଂସକ ଓ ଗଣମାଧ୍ୟମ।

ଅର୍ଜୁନ ମୁମ୍ବାଇ ପାଇଁ ଅଣ୍ଡର ୧୯ ଗ୍ରୁପରେ କ୍ରିକେଟ୍ ଖେଳିବା ଛଡ଼ା ବିଭିନ୍ନ ଗ୍ରୁପରେ ଖେଳି ସାରିଛନ୍ତି। ୨୦୧୯ ମୁମ୍ବାଇ T୨୦ ଲିଗ୍ ରେ ସେ ସାମିଲ ହୋଇଥିଲେ। ୨୦୧୮ ରେ ଅଣ୍ଡର ୧୯ରେ ଭାରତ ପାଇଁ ଡେବ୍ୟୁ ବି କରିଛନ୍ତି। ତେବେ ଏବେ ଆଇପିଏଲରେ ଡେବ୍ୟୁ କରିପାରିବେ କି ନାହିଁ ତାହା ଉପରେ ଏବେ ସାରା ଦେଶର ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.