ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆ ଦାୟିତ୍ୱ, ବିଜୁ ମହିଳା ଜନତା ଦଳର ହେଲେ ସଭାପତି

କେନ୍ୟୁଜ୍(ବ୍ୟୁରୋ):  ବିଜୁ ମହିଳା ଜନତାଦଳ ସଭାପତି ହେଲେ ସ୍ନେହାଙ୍ଗିନୀ ଛୁରିଆ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୧୪ ମସିହାରୁ ସ୍ନେହାଙ୍ଗିନୀ ବରଗଡ ଜିଲ୍ଲା ଅତାବିରାର ବିଧାୟିକା ଅଛନ୍ତି । ନୀବନଙ୍କ ଚତୁର୍ଥ ପାଳି ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ମହିଳା ସଶକ୍ତିକରଣକୁ ଅଧିକ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.