Below header

କଟିଗଲା ପୋଲିସର ଡାହାଣ ହାତ, ଭାବବିହ୍ୱଳ ପରିବେଶରେ ସନ୍ଧାନୀ କୁକୁର ‘ତାରା’କୁ ମିଳିଲା ଗାର୍ଡ ଅଫ ଅନର

ଚିର ନିଦ୍ରାରେ ତାରା। ସୁନା ପିଲାଟି ପରି ଶୋଇଯାଇଛି ଖଟିଆରେ । ଆଉ ଉଠିବନି କି ପୋଲିସ ବିଭାଗକୁ ସାହାଯ୍ୟ କରିବ ନାହିଁ । କାରଣ ସବୁଦିନ ପାଇଁ ଆଖିବୁଜି ଦେଇଛି ପୋଲିସ ବାହିନୀର ଏହି ଚାଲାକ କୁକୁରଟି। ତାରା କେବଳ ସାଧାରାଣ କୁକୁର ନଥିଲା ବରଂ ପୋଲିସ ବାହିନୀଙ୍କ ପାଇଁ ଥିଲା ଏକ ରତ୍ନ ବା ସମାଧାନର ସୂତ୍ର। ଯିଏକି ଦୀର୍ଘ ୧୨ ବର୍ଷ ହେବ ପୋଲିସ ବିଭାଗରେ ସେବା ଦେଇଆସୁଥିଲା । ତେବେ ତାରାର ମୃତ୍ୟୁପରେ ପୋଲିସ ବିଭାଗ ତରଫରୁ ତାକୁ ଦିଆଯାଉଛି ଗାର୍ଡ ଅଫ ଅନର ଯାହା ପରିବେଶକୁ ଆହୁରି ଭାବବିହ୍ୱଳ କରିଦେଇଛି ।

ପୋଲିସରେ ସାମିଲ ହୋଇ ଦୀର୍ଘଦିନ ଧରି ସେବା ଯୋଗାଇଥିବା କୁକୁର ତାରାର ଦେହାନ୍ତ ପରେ ଗାର୍ଡ ଅଫ ଅନର ପ୍ରଦାନ । ନବରଙ୍ଗପୁର ଏସପି ନିତିନ କୁଶଲକରଙ୍କ ଉପସ୍ଥିତିରେ ନବରଙ୍ଗପୁର ପୋଲିସ ବାହିନୀ ତରଫରୁ ଏକ ଭାବାବେଗ ପରିବେଶ ମଧ୍ୟରେ ତାରାକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ତାକୁ ବିଦାୟ ଦିଆଯାଇଥିଲା । ତାରା K9 ସ୍କ୍ୱାର୍ଡ କୁକୁର ଯିଏକି ପ୍ରଥମେ ୨୦୦୯ମସିହାରେ ମେ 4 ତାରିଖରେ କୋରାପୁଟ ଜିଲ୍ଲାରେ ଯୋଗଦାନ କରିଥିଲା । ପରେ ୨୦୧୮ ମସିହା ଜୁଲାଇ 10ତାରିଖରେ ନବରଙ୍ଗପୁରରେ ଯୋଗଦାନ କରିଥିଲା । ତାରା ଟ୍ରାକିଂ କୁକୁର ଲାବ୍ରାଡର ପ୍ରଜାତିର କୁକୁର । ସେ ୧୨ ବର୍ଷ ଧରି ପୋଲିସର ସେବାରେ କାଟିଥିଲା ଏବଂ ବହୁତ ଜଟିଳ କେସର ସମାଧାନ କରିଥିଲା । କୋରାପୁଟରେ ଅବସ୍ଥାପିତ ହେବା ସମୟରେ ସେ ବହୁତ କେସର ସମାଧାନ କରିଥିଲା । ସେଥିମଧ୍ୟରୁ ଥିବା ଗୁରୁତ୍ୱପୂର୍ଣ୍ଣ କେସ ମଧ୍ୟରୁ କୋରାପୁଟ ଜିଲ୍ଲା ଦାମନଯୋଡି , ବିଶ୍ବନାଥପୁର,ଗୋଲାମୁଣ୍ଡା,ଡାବୁଗାଁ, ଆଦି ଅଞ୍ଚଳର ବହୁ କ୍ରିଟିକାଲ କେସରେ ପୋଲିସକୁ ସଫଳତା ଦେଇଥିଲା ।

କୋରାପୁଟ ରେ ଥିବା ସମୟରେ state level duty meet କମ୍ପିଟେସନରେ ତୃତୀୟ ସ୍ଥାନ ଅଧିକାର କରି ଆଡିସିନାଲ DGଙ୍କ ଠାରୁ ପୁରସ୍କୃତ ହୋଇଥିଲା ତାରା । ପୋଲିସ ବାହିନୀ ଯୋଗଦାନ କରିବା ପରେ ନବରଙ୍ଗପୁର ପୋଲିସର ଅନେକ ଜଟିଳ ମିଶନ ସହ ଅପରାଧୀଙ୍କ ବିଷୟରେ ସୁରାକ ଦେବା ପାଇଁ ସେ ସହଯୋଗ କରି ପୋଲିସ ପାଇଁ ଅନେକ ସଫଳତା ଆଣିଦେଇଥିଲା । ତାରା ନବରଙ୍ଗପୁର ପୋଲିସ ପାଇଁ ଏକ ବଡ ଟ୍ରମ୍ପ କାର୍ଡ ଥିଲା । ଯାହାପାଇଁ ପୋଲିସ ଅନେକ ସଫଳତା ପାଇ ଥିଲା, ତେବେ ତାରାର ଅତୁଳନୀୟ ଅବଦାନ କୁ ଭୁଲିପାରୁନି ପୋଲିସ ବିଭାଗ । ତାର ଅକାଳ ମୃତ୍ୟୁ ପରେ ତାରାକୁ ସମ୍ମାନ ଦେବା ପାଇଁ ନିଜେ ଏସପି ନିତିନ କୁଶଲକର ଉପସ୍ଥିତି ରହି ଶେଷ ଦର୍ଶନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.