ଭଦ୍ରକ: ମାଟ୍ରିକ ପରୀକ୍ଷା ଫଳାଫଳରେ ପଢୁଆଁ କୁମାରପୁର ଉଚ୍ଚ ବିଦ୍ୟାଳୟ ଛାତ୍ର ବିପ୍ଲବଜିତ ଜିଲ୍ଲା ଟପର

ଭଦ୍ରକ:  ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି । ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ପାସ ହାର ୭୫.୭୬ପ୍ରତିଶତ ଥିବା ନେଇ ରେକର୍ଡ ହୋଇଛି । ଜିଲ୍ଲାରୁ ୨୨୦୧୪ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ । ସେମଧ୍ୟରୁ ୧୬୬୮୫ଜଣ ଛାତ୍ରଛାତ୍ରୀ ପାଶ କରିଛନ୍ତି । ତେବେ ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ସ୍ଥିତ ପଢୁଆଁ କୁମାରପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ବିଦ୍ୟାଳୟର ଛାତ୍ର ବିପ୍ଲବଜିତ ମିଶ୍ର ୫୭୧ ନମ୍ବର ରଖି ଭଦ୍ରକ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଛି । ବିପ୍ଲବଜିିତଙ୍କ ବାପା ବିବେକାନ୍ଦ ମିଶ୍ର ଏକ ପ୍ରଥମିକ ବିଦ୍ୟାଳୟର ଶିକ୍ଷକତା କରୁଥିବା ବେଳେ ମାତା ସୁଷମାମଂଜରୀ ହେଉଛନ୍ତି ଜଣେ ଗୃହିଣୀ । ପୁଅର ଜିଲ୍ଲାର ପ୍ରଥମ ହୋଇଥିବା ଖବର ପାବା ପରେ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।

ନିଜ ପ୍ରତିକ୍ରିୟାରେ ବିପ୍ଳବଜିତ କହିଛନ୍ତିଯେ, ସେ ଦିନକୁ ୧୦ରୁ୧୨ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରନ୍ତି । ତାଙ୍କର ଆଶା ଥିଲା ସେ ନିଶ୍ଚିତ ରୂପେ ଅଧିକ ନମ୍ବର ରଖିବେ ବୋଲି । ଯେତିକି ନମ୍ବର ପାଇଛନ୍ତି ସେତିକିରେ ଖୁସି ଅଛନ୍ତି ବୋଲି କହିଛନ୍ତି । ସେ ଏହି ଶ୍ରେୟ ଘରର ଜେଜେମା, ବାପା, ମା ପରିବାର ଲୋକଙ୍କୁ ଦେବା ସହ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଦେଇଛନ୍ତି । ସେ ଭବିଷ୍ୟତରେ ଗୋଟେ ଭଲ ଡାକ୍ତର ହୋଇ ନିସ୍ବାର୍ଥପର ରୋଗୀ ସେବା କରିବା ନେଇ ଲକ୍ଷ ରଖିଥିବା କହିଛନ୍ତି । ବିପ୍ଲବଙ୍କ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାରକୁ ନେଇ ପଂଚାୟତରେ ଖୁସି ଖେଳିଯାଇଥିବା ବେଳେ ତାକୁ ବିଭିନ୍ନ ସ୍ଥାନରୁ ଶୁ ଭେଚ୍ଛାର ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.