ଜନ୍ମଦିନରେ ୩ ଲକ୍ଷ ଚାକିରି ଦେବାକୁ ଘୋଷଣା କଲେ ସୋନୁ ସୁଦ୍‌, ଲୋକେ କହିଲେ-‘ତୁମେ ପ୍ରକୃତ ଦେବଦୂତ’

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କର ଆଜି ଜନ୍ମଦିନ। ଜନ୍ମଦିନକୁ ଆଉ ଟିକେ ଖାସ୍‌ କରିବା ପାଇଁ ସୋନୁ ଆଜି ୩ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଟ୍ଵିଟ୍‌ କରି ସୋନୁ ଏନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସୋନୁ ଅନେକ ଥର ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଖାସ୍‌ କରି ଲକ୍‌ଡାଉନ୍‌ ବେଳେ ପ୍ରବାସୀଙ୍କୁ ଘରେ ଛାଡ଼ି ଚର୍ଚ୍ଚାକୁ ଆସିଥିଲେ ସୋନୁ।

ଜନ୍ମଦିନ ଅବସରରେ ସୋନୁ ସୁଦ୍‌ ଟ୍ଵିଟ୍‌ କରି କହିଛନ୍ତି ମୋ ଜନ୍ମଦିନରେ ମୋ ପ୍ରବାସୀ ଭାଇଙ୍କ ପାଇଁ http://PravasiRojgar.com ରେ ୩ ଲକ୍ଷ ଚାକିରି ଉପଲବ୍ଧ କରିଛୁ। ଏମାନଙ୍କୁ ଭଲ ଦରମା, ପିଏଫ୍‌, ଇଏସ୍‌ଆଇ ଓ ଅନ୍ୟ ଲାଭ ପ୍ରଦାନ କରାଯିବ। ଧନ୍ୟବାଦ AEPC, CITI, Trident, Quess Corp, Amazon, Sodexo, Urban Co , Portea ଓ ଅନ୍ୟମାନଙ୍କୁ।

Sonu Sood Announces 3 Lakh Jobs On His Birthday - Social News XYZ

ଇତିମଧ୍ୟରେ ସୋସିଆଲ ମିଡିଆରେ ସୋନୁଙ୍କୁ ଫ୍ୟାନ୍‌ମାନେ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଦୀର୍ଘଜୀବନ କାମନା କରି ସୋନୁଙ୍କୁ ଦେବଦୂତ ବୋଲି କହିଛନ୍ତି। ଦେଖନ୍ତୁ ସୋନୁଙ୍କୁ ଶୁଭେଚ୍ଛା ଜଣାଇଥିବା କେତେକ ଶୁଭେଚ୍ଛୁଙ୍କ ଟ୍ଵିଟ୍‌…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.