Below header

ଘୁଞ୍ଚିପାରେ ଆଇପିଏଲ-୨୦୨୦ ଫାଇନାଲ ମ୍ୟାଚ ତାରିଖ !

ଘୁଞ୍ଚିପାରେ ଆଇପିଏଲ ଫାଇନାଲ ମ୍ୟାଚ ତାରିଖ । ଇଣ୍ଡିଆନ ପ୍ରିମିୟର କାଉନସିଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ତାରିଖକୁ ନଭେମ୍ବର ୮ ତାରିଖରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା ନେଇ ବିଚାର କରୁଛନ୍ତି । ଏନେଇ ଫାଇନାଲ ନିଷ୍ପତ୍ତି ଆସନ୍ତା ତିନି ତାରିଖ ଭିତରେ ଅନୁଷ୍ଠିତ ହେବାକୁ ଥିବା ଗଭର୍ଣ୍ଣିଙ୍ଗ କାଉନ୍ସିଲ ବୈଠକରେ ଫାଇନାଲ ନିଷ୍ପତ୍ତି ନିଆଯିବ ବୋଲି ଜଣାଯିଛି । ଚଳିତ ସପ୍ତାହ ଶେଷ ଆଡକୁ ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ ବୈଠକ ଟେଲି କମ୍ୟୁନିକେସନ ଜରିଆରେ ଅନୁଷ୍ଠିତ କରିବା ନେଇ ସ୍ଥିର କରାଯାଇଛି । ଯଦି ତାରିଖ ଘୁଞ୍ଚେ ତେବେ ଆଇପିଏଲରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳି, ମୁଖ୍ୟ ପ୍ରସାରଣ କର୍ତ୍ତା ଷ୍ଟାର ଇଣ୍ଡିଆ କମ୍ପାନୀ ପାଇଁ ଦୀପାବଳି ପାଳନ ପାଇଁ ଅଧିକ ସମୟ ମିଳିଯାଇପାରିବ ।

ଯଦି ଆଇପିଏଲ ଫାଇନାଲ ମ୍ୟାଚ ତାରିଖ ଆଉ ଦୁଇ ଦିନ ବଢିଯାଏ ତେବେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ ପାଇଁ ୟୁଏଇ ରୁ ହିଁ ସିଧା ଉଡାଣ ଭରି ପାରିବେ । ସେମାନଙ୍କୁ ଭାରତ ଆସିବାକୁ ପଡିବ ନାହିଁ । ସୂଚନା ଦେବା ଯୋଗ୍ୟକି ପୂର୍ବରୁ ଆଇପିଏଲ ମ୍ୟାଚ ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୮ ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଗତ ଏକ ସପ୍ତାହ ଧରି ଚଳିତ ବର୍ଷର ତାରିଖକୁ ନେଇ ଚର୍ଚ୍ଚା ଜୋର ଧରିଛି । କହିରଖିବା ଉଚିତ ହେବକି, କରୋନା କାରଣରୁ ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଧାରିତ ତାରିଖରୁ ଘୁଞ୍ଚାଇ ଦିଆଯାଇଥିଲା । କେତେକ ଖେଳ ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଆଇପିଏଲ ବାତିଲ ହୋଇଥାନ୍ତା ତେବେ ଦେଶକୁ ୪୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥାନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.