Below header

ଗ୍ରୁପ ନୋଟିଫିକେସନ ଡିଷ୍ଟର୍ବ କରୁଛି କି ? ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ନୂଆ ଟେକନିକ

ହ୍ଵାଟ୍ସଆପରେ ଚଳିତ ବର୍ଷ ଅନେକ ନୂଆ ଫିଚର୍ସ ଆସିଛି ଏବଂ ଆହୁରି କିଛି ଫିଚର୍ସ ଆସିବାକୁ ଯାଉଛି । ଏକ ରିପୋର୍ଟ ଅନୁଯାୟୀ ହ୍ଵାଟ୍ସଆପ ବର୍ତ୍ତମାନ ଅନେକ ଫିଚର ଉପରେ କାମ କରୁଛି । ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ସଆପର ନୋଟିଫିକେସନ ଯୋଗୁଁ ଅନେକ ଥର ୟୁଜର୍ସମାନେ ବିରକ୍ତ ହୁଅନ୍ତି । ଏହାକୁ ଧ୍ୟାନରେ ରଖି କମ୍ପାନୀ ବର୍ତ୍ତମାନ ଏକ ନୂଆ ଫିଚର ଆଣିଛି । ଏହି ଫିଚର ପରେ ଆପଣ ହ୍ଵାଟ୍ସଆପରେ ଆସୁଥିବା ଗ୍ରୁପ ନୋଟିଫିକେସନକୁ ସବୁଦିନ ପାଇଁ ମ୍ୟୁଟ୍ କରିପାରିବେ ।

WABetaInfo ଅନୁଯାୟୀ, ଆଣ୍ଡ୍ରଏଡ୍ ଭର୍ସନ 2.20.197.3ରେ ନୂଆ ମ୍ୟୁଟ୍ ଅଲୱେଜ ଅପ୍ସନ୍ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ହ୍ଵାଟ୍ସଆପ ଗ୍ରୁପ ନୋଟିଫିକେସନକୁ ମ୍ୟୁଟ୍ କରିବା ପାଇଁ ଉପଭୋକ୍ତାମାନେ ଗୋଟିଏ ବର୍ଷ ବିକଳ୍ପ ବଦଳରେ Always ଅପ୍ସନ ପାଇବେ ।

With the new feature of whatsApp you can mute group notifications forever

ଏହା ପୂର୍ବରୁ ହ୍ଵାଟ୍ସଆପ ବ୍ୟବହାରକାରୀମାନେ ଗ୍ରୁପ ନୋଟିଫିକେସନକୁ ଏକ ବର୍ଷ ପାଇଁ ମ୍ୟୁଟ୍ କରି ରଖିପାରୁଥିଲେ, କିନ୍ତୁ ବର୍ତ୍ତମାନ ଆପଣ ସବୁଦିନ ପାଇଁ ଏହାକୁ ମ୍ୟୁଟ କରି ରଖିପାରିବେ । ଏହି ଫିଚର ସେହି ଲୋକମାନଙ୍କ ପାଇଁ ଖାସ ହେବ ଯେଉଁମାନେ ଗୋଟିଏ ଗ୍ରୁପରେ ଅଛନ୍ତି ଏବଂ ଚାହିଁକି ବି ସେହି ଗ୍ରୁପରୁ ଲିଭ ହୋଇପାରନ୍ତି ନାହିଁ । ୟୁଜର୍ସ ଯେତେବେଳେ ଚାହିଁବେ ଏହି ଗ୍ରୁପର ମେସେଜ ଦେଖିପାରିବେ କିନ୍ତୁ ଏହି ଗ୍ରୁପରେ ଆସୁଥିବା ମେସେଜର ନୋଟିଫିକେସନ ଆସିବ ନାହିଁ ।

ତେବେ ବର୍ତ୍ତମାନ ହ୍ଵାଟ୍ସଆପର ଏହି ଫିଚର ବିଟା ଭର୍ସନରେ ଉପଲବ୍ଧ ଏବଂ ସମସ୍ତ ଉପଭୋକ୍ତା ଏହାକୁ ସେଟିଙ୍ଗରେ ଦେଖିବେ ନାହିଁ । ବିଟା ଉପଭୋକ୍ତାମାନେ ପ୍ଲେ ଷ୍ଟୋରରେ ସେମାନଙ୍କର ଆପ୍ ଅପଡେଟ୍ କରିପାରିବେ ଏବଂ ଏହାକୁ ବ୍ୟବହାର କରିପାରିବେ । ଏହା ବ୍ୟତୀତ ହ୍ଵାଟ୍ସଆପ ଅତିଶୀଘ୍ର ତାର ୟୁଜର୍ସମାନଙ୍କ ପାଇଁ ‘ମଲ୍ଟି ଡିଭାଇସ୍ ସପୋର୍ଟ’ ମଧ୍ୟ ପ୍ରଦାନ କରିବ । ଯାହା ମାଧ୍ୟମରେ ଗୋଟିଏ ନମ୍ବରରୁ ବିଭିନ୍ନ ଡିଭାଇସରେ ହ୍ଵାଟ୍ସଆପ ଆକାଉଣ୍ଟ୍ ଚଲାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.