Below header

ଜପକୁଦ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟରେ ପାଳିତ ହେଲା ନବୀନ ଓଡ଼ିଶା ଆନୁକୂଲ୍ୟରେ ସାମାଜିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ

କଟକ ଜିଲ୍ଲା ଜପକୁଦ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନୂଆ ଓଡିଶା ବା ନବୀନ ଓଡ଼ିଶା ପ୍ରୋତ୍ସାହନରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କଟକ ଜିଲ୍ଲା ଜପକୁଦ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନୂଆ ଓଡିଶା ବା ନବୀନ ଓଡ଼ିଶା ପ୍ରୋତ୍ସାହନରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଦୁଇଦିନ ଧରି ଚାଲିଥିବା କ୍ରୀଡା କାର୍ଯ୍ୟକ୍ରମକୁ ଜପକୁଦ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପଣ୍ଡା ଉଦଘାଟନ କରଥିଲେ ।

କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସ୍ଥାନୀୟ ଯୁବନେତା ନାରାୟଣ ପତି, କଟରପା ପଞ୍ଚାୟତର ସରପଞ୍ଚ ରଂଜନ କୁମାର ରାଉଳ, ସମିତି ସଭ୍ୟ ଗୟାଧର ମଲ୍ଲିକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କ୍ରୀଡାବୀତମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ ।

japakud

ମହାବିଦ୍ୟାଳୟର ନୋଡାଲ ଅଫିସର ନବଘନ ନନ୍ଦଙ୍କ ତତ୍ତ୍ୱାବଧାନରେ ପ୍ରାଧ୍ୟାପିକା ମିନର୍ଭା ମିଶ୍ର, ଅଧ୍ୟାପିକା ମମତା ପଣ୍ଡା, ମମତାରାଣୀ ତ୍ରିପାଠୀ, ସ୍ମୃତିରେଖା ବ୍ରହ୍ମା, ସନ୍ଧ୍ୟାରାଣୀ ବିଶ୍ୱାଳ ଓ ମହାବିଦ୍ୟାଳୟର ଅନ୍ୟ କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଅନୁଷ୍ଠାନର କ୍ରୀଡା ଶିକ୍ଷକ ମନୋଜ କୁମାର ବେହେରା ଛାତ୍ରୀମାନଙ୍କର କ୍ରୀଡ଼ା ପ୍ରତିଯୋଗୀତାରେ ପୂର୍ଣ୍ଣ ସହଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.