Below header

ପତ୍ନୀ ସହ ହେଲା ଝଗଡ଼ା, ଶାଶୁର ବେକ କାଟି ଦେଲା ଜ୍ବାଇଁ

ନବରଙ୍ଗପୁର (କେ ନ୍ୟୁଜ୍) : ଜ୍ବାଇଁ କାଟିଲା ଶାଶୁର ବେକ । ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଘଟିଛି ଏହି ଘଟଣା । ଗୁରୁତର ଅବସ୍ଥାରେ ଏବେ ଶାଶୁ ପଦ୍ମା ହରିଜନ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କୌଣସି କାରଣରୁ ଝିଅ ସୁସ୍ମିତା ଓ ଜ୍ବାଇଁ ଉପେନ୍ଦ୍ର ହରିଜନ ମଧ୍ୟରେ କଳିଝଗଡ଼ା ହୋଇଥିଲା । ସମାଧାନ ପାଇଁ ଶାଶୁ ପଦ୍ମା ଆସି ବୁଝାଶୁଝା କରିବା ବେଳେ ଉତ୍ତ୍ୟକ୍ତ ଉପେନ୍ଦ୍ର ଧାନ କଟା ଦା’ରେ ଶାଶୁକୁ ଆକ୍ରମଣ କରି ତାଙ୍କ ବେକ କାଟି ଦେଇଥିଲା । ପତ୍ନୀ ସୁସ୍ମିତା ସ୍ବାମୀ ବିରୋଧରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଜ୍ବାଇଁକୁ ପୋଲିସ୍ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.