Below header

ଢେଙ୍କାନାଳ ଖଇରପଶି ଗାଁରେ ଅଭାବନୀୟ ଘଟଣା: ଶ୍ଵଶୁର ଘର ନିକଟରେ ଜ୍ୱାଇଁର ମୃତ ଦେହ ଉଦ୍ଧାର

କାମାକ୍ଷାନଗର: ଢେଙ୍କାନାଳ ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଖଇରପଶି ଗାଁରେ ଶ୍ଵଶୁର ଘର ନିକଟରେ ଜ୍ୱାଇଁର ମୃତ ଦେହ ଉଦ୍ଧାର । ମୃତକ ହେଲେ ତାଳଚେର ହାଣ୍ଡିଧୂଆଁ ଗାଁର ମିଥୁନ ବେହେରା । ସୂଚନା ଅନୁଯାୟୀ ,ମିଥୁନ ୮ ବର୍ଷ ତଳେ ଖଇରପଶି ଗାଁର ଲକ୍ଷ୍ମୀ ବେହେରାଙ୍କୁ ବିବାହ କରିଥିଲେ । ବାହାଘର ପରଠାରୁ ମିଥୁନ ନିଜ ଶ୍ଵଶୁର ଘରେ ଦୁଇ ସନ୍ତାନଙ୍କ ସହିତ ରହି ଆସୁଥିଲେ ।

ଗତକାଲି ସକାଳେ ତାଙ୍କ ମୃତଦେହ ଗାଁ ପାଖ ଶାଖା କେନାଲ ନିକଟରେ ଥିବା ଏକ ଜମିରୁ ଉଦ୍ଧାର କରାଯାଇଛି । ଯାହାକୁ ନେଇ ମିଥୁନଙ୍କ ପରିବାର ଲୋକେ ପରଜଙ୍ଗ ଥାନାରେ ସ୍ତ୍ରୀ ,ଶାଶୁ ,ଶଳାଙ୍କ ନାମରେ ହତ୍ୟା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପରଜଙ୍ଗ ପୋଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.