ଶଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା: ଅଖାରେ ପୁରାଇ ଶବ ଫିଙ୍ଗିବା ବେଳେ ଧରିଲା ପୋଲିସ

ଶଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା । ଖପ୍ରାଖୋଲ ଚାବିରୀପାଲି ଗାଁରେ ଘଟିଛି ଏଭଳି ଘଟଣା।

ପାଟଣାଗଡ଼ (କେନ୍ୟୁଜ): ଜ୍ୱାଇଁକୁ ପିଟିପିଟି ହତ୍ୟା । ଜ୍ୱାଇଁଙ୍କୁ ପିଟିପିଟି ମାରିଦେଲେ ଶ୍ୱଶୁର ଘର ଲୋକେ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ ଚାଞ୍ଚଲ୍ୟ । ମୃତକ ପଦ୍ମପୁର ଥାନା ଗଡଭାଟି ଗାଁର ରୁଦ୍ର ମେହର । ଘରୋଇ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ହତ୍ୟା ପରେ ମୃତଦେହକୁ ଅଖା ବସ୍ତାରେ ପୁରାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ କାବୁ କଲା ପୋଲିସ୍‌ । ରୁଦ୍ର ଚାବ୍ରିପାଲି ଗାଁର ସରୋଜୀନୀ ମେହେରଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।

ଗତକାଲି ସରୋଜୀନୀ ଏକ ବିବାହ ଉତ୍ସବକୁ ଯାଇଥିବା ବେଳେ ଶ୍ୱଶୁର ଘର ଓ ରୁଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ହଠାତ୍‌ ରାଗିଯାଇ ଶ୍ୱଶୁର ଘର ଲୋକେ ରୁଦ୍ରଙ୍କୁ ପିଟିପିଟି ମାରିଦେଇଥିବା ଜଣାପଡିଛି । ହତ୍ୟା ପରେ ଏକ ଗାଡିରେ ଭିତରେ ଅଖାବସ୍ତାରେ ରୁଦ୍ରଙ୍କ ମୃତଦେହ ପୁରାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଗାଡି ଅଟକାଇଥିଲା । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍‌ । ଏହାସହ ଘଟଣାରେ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି

Leave A Reply

Your email address will not be published.