Below header

ବାପାକୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବନ

ସୋର(କେନ୍ଯୁଜ୍): ବାପାକୁ ସାପ କାମୁଡି ଥିବା ବେଳେ ଦୁର୍ଘଟଣାରେ ପୁଅର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲବର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଗ୍ରାମରେ। ସୂଚନା ମୁତାବକ ମଇତାପୁର ଗ୍ରାମର ଭାଗୀରଥି ବେହେରାଙ୍କୁ ଗତକାଲି ରାତିରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଏନେଇ ପୁଅ ମନୋଜ ବେହେରା ଚିକିତ୍ସା ପାଇଁ ବାପାଙ୍କୁ ବାଇକ୍ ଯୋଗେ ପ୍ରଥମେ ସିମୁଳିଆ ଡାକ୍ତଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ଏନେଇ ପୁଅ ବାପାକୁ ନେଇ ଯିବାବେଳେ ଚରମ୍ପା ରେଳ ପୋଲ ନିକଟରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.