Below header

ବଢିଛି ସୁନା ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ବୁଧବାର ସନ୍ଧ୍ୟାରେ ଭାରତୀୟ ବଜାରରେ ସୁନା ଦରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୫୦ ଟଙ୍କା ବୃଦ୍ଧି ପାଇ ୪୮,୪୧୦ ଟଙ୍କାରେ ପହଂଚିଛି । ଯେବେକି ମଙ୍ଗଳବାର ଏହି ଦର ୪୭,୬୬୦ ଟଙ୍କା ରହିଥିଲା । ଅନ୍ୟପକ୍ଷରେ, ୨୨ କ୍ୟାରେଟ ସୁନା ମୂଲ୍ୟବି ସମାନ ଭାବେ ୭୫୦ ଟଙ୍କା ବଢି ୪୭,୪୨୦ ଟଙ୍କାରେ ପହଂଚିଛି । ଯେବେକି ପୂର୍ବଦିନ ଏହି ଦର ୪୬,୬୬୦ ଟଙ୍କା ଥିବା ରେକର୍ଡ ହୋଇଥିଲା । ସେହିପରି ଭାରତର ଅନ୍ୟାନ ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ବିରାଟ ପରିବର୍ତ୍ତନ ଆସିଥିବା ଜଣାଯାଇଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୮,୪୧୦ ଟଙ୍କା ଓ ୪୭,୪୨୦ ଟଙ୍କା ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ୪୮,୨୬୦ ଟଙ୍କା ଓ ୪୭,୦୬୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୦,୫୭୦ ଟଙ୍କା ଓ ୪୬,୩୬୦ ଟଙ୍କା ରହିଥିବା ରେକର୍ଡ ହୋଇଛି । ଯେବେକି ଦେଶର ଅନ୍ୟତମ ପ୍ରମୁଖ ସୁନା ବଜାର ଭାବେ ଜଣା କଲିକତାରେ ସୁନା ମୂଲ୍ୟ ଯଥାକ୍ରମେ ୪୯,୦୪୦ ଟଙ୍କା ଓ ୪୭,୭୫୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହି ବହୁମୂଲ୍ୟ ଧାତୁ ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଆସିଛି |

ବୁଧବାର ସନ୍ଧ୍ୟାରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୦,୫୭୦ଟଙ୍କା ଓ ୪୬୩୬୦ ଟଙ୍କା ଛୁଇଁଥିବା ରେକର୍ଡ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ବି ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟ ଆଉନ୍ସ ପ୍ରତି ୦.୪୩ ପ୍ରତିଶତ ବା ୭.୬୦ ଡ଼ଲାର ବୃଦ୍ଧି ପାଇ ୧୭୮୯.୬୦ ଡ଼ଲାରରେ ଟ୍ରେଣ୍ଡ କରୁଥିବା ରେକର୍ଡ଼ ହୋଇଛି । କିନ୍ତୁ ଅନ୍ୟ ପକ୍ଷରେ ରୂପା ଦରରେ ସାମାନ୍ୟ ହ୍ରାସ ଘଟିଥିବା ଜଣାଯାଇଛି । କିଲୋଗ୍ରାମ ପ୍ରତି ଏହି ଦର ୫୦
ଟଙ୍କା ହ୍ରାସ ପାଇ ୪୮୪୬୦ ଟଙ୍କାରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.