ଅଗ୍ନିକାଣ୍ଡ ଘଟି ୪ ରୁ ଊର୍ଦ୍ଧ୍ବ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ, କାରଣ ଅସ୍ପଷ୍ଟ

ନରସିଂହପୁର(କେନ୍ଯୁଜ୍): ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଲରା ଗ୍ରାମପଞ୍ଚାୟତ ଜେନାସାହି ଗ୍ରାମରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୪ ରୁ ଊର୍ଦ୍ଧ୍ବ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହେବା ସହ ପୋଡି ପାଉଁଶ ହୋଇଯାଇଛି | ସୂଚନା ମୁତାବକ ଗ୍ରାମର ଦେବରାଜ ଜେନା ଓ ଦୁର୍ଯ୍ଯୋଧନ ଜେନା ଉଭୟ କେହି ନଥିଲା ବେଳେ ଘରେ ତାଲା ପଡିଥିଲା। ଏହି ସମୟରେ ହଠାତ୍ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା |

ଏନେଇ ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେବା ପରେ ୩୦ ମିନିଟ ବିଳମ୍ବରେ ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳେକୁ ଘରଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ସୂଚନା ମିଳିଛି। ଏନେଇ ନିଆଁ ଲାଗିବାର ସଠିକ୍ କାରଣ ଜଣା ପଡି ନଥିଲେ ମଧ୍ଯ ଭୌତିକ କାରଣରୁ ଘଟିଥିବା ନେଇ ଚର୍ଚ୍ଚା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.