ଲଗାତାର ୧୯ ଦିନ ପାଇଁ ତୈଳ ଦର ବୃଦ୍ଧି: ସାଧାରଣରେ ବଢିବାରେ ଲାଗିଛି ଅସନ୍ତୋଷ, ଜାଣନ୍ତୁ ଆଜିର ମୂଲ୍ଯ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଭାରୀ ଏକ୍ସାଇଜ୍‌ ଡ୍ୟୁଟି ବଢାଇଦେଇଥିବାରୁ ତୈଳ ଦର ଲାଗାତାର ବଢି ଚାଲିଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ଲଗାଇଛନ୍ତି । ଯାହାଫଳରେ୮୦ଟଙ୍କା ପାର୍‌ କରିଛି ଡିଜେଲ ଦର। ଯାହା ଭାରତ ଇତିହାସରେ ପ୍ରଥମ ।

ଲଗାତାର ୧୯ ଦିନ ପାଇଁ ତୈଳ ଦର ବୃଦ୍ଧି ହୋଇଛି। ତେବେ ଦିଲ୍ଲୀରେ ଡିଜେଲ ଲିଟର ୮୦ଟଙ୍କା ଉପରେ ପହଞ୍ଚିଛି। ପେଟ୍ରୋଲ ଲିଟର ୮ଟଙ୍କା ୬୬ପଇସା ଓ ଡିଜେଲ ୧୦ଟଙ୍କା ୬୨ପଇସା ମହଙ୍ଗା ହୋଇଛି। ଆଜି ଡିଜେଲ ୧୪ପଇସା ଓ ପେଟ୍ରୋଲ ୧୬ପଇସା ବଢିଛି। ଯାହା ଫଳରେ ଦିଲ୍ଲୀରେ ଡିଜେଲ ଦର ୮୦ଟଙ୍କା ୨ପଇସାରେ ପହଞ୍ଚିଛି।

ସେହିପରି ଭୁବନେଶ୍ୱରରେ ୮୦ ଟପିଲାଣି ପେଟ୍ରୋଲ ଦର। ଏହା ଭିତରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ୬୨ ପଇସା ଓ ଡିଜେଲ ଲିଟର ଉପରେ ବଢିଛି ୧୦ ଟଙ୍କା ୩୪ ପଇସା। ସେପଟେ ତୈଳ ଦର ବୃଦ୍ଧି ଫଳରେ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ପବ୍ଲିକ ଟ୍ରାନ୍‌ସପୋର୍ଟ ସହ ଦରଦାମ ବୃଦ୍ଧି ଆଶଙ୍କା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.