Below header

ଗାଁ ଦାଣ୍ଡରେ ମହିଳାଙ୍କୁ ପଥରରେ ଆକ୍ରମଣ, ଭିଡିଓ ହେଉଛି ଭାଇରାଲ

ଭଞ୍ଜନଗର (କେନ୍ଯୁଜ୍): ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ପଥରରେ ଛେଚି ଆକ୍ରମଣ ଉଦ୍ଯମ। ଘର ଭିତରକୁ ଯିବାକୁ ଚାହୁଁଥିବା ମହିଳା ଜଣଙ୍କୁ ଅତି ନିର୍ଦୟ ଭାବେ ଘର ବାରଣ୍ଡାରୁ ତଳକୁ ଠେଲି ଦିଆଯାଉଛି। ଏଭଳି ପରିସ୍ଥିତିରେ ଗାଁ ଦାଣ୍ଡରେ ସମସ୍ତେ ଚାହୁଁଛନ୍ତି ହେଲେ ସମ୍ପୃକ୍ତ ବ୍ଯକ୍ତି ଜଣକ ମହିଳାଙ୍କୁ ଧକକା ମାରି ଚାଲିଛନ୍ତି। ଘଟଣାଟିଛି ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ତାକରଡା ଗାଁର ଦୃଶ୍ୟ । ଯାହାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ ଏହି ସଂକ୍ରାନ୍ତରେ ବୁଗୁଡାଥାନା ପୋଲିସ ସହିତ ଯୋଗାଯୋଗ କରିବା ପରେ ଜଣାପଡିଲା, ମହିଳାଙ୍କୁ ଆକ୍ରମଣ କରୁଥିବା ବ୍ଯକ୍ତି ଜଣକ ହେଉଛନ୍ତି ତାକରଡା ଗ୍ରାମର ରବିନ୍ଦ୍ର ନାୟକ। ମହିଳା ଜଣକ ହେଉଛନ୍ତି ତାଙ୍କ ସ୍ତ୍ରୀ। ପୋଲିସ ସୂଚନା ଅନୁଯାୟୀ ତାକରଡା ଗ୍ରାମର ରବିନ୍ଦ୍ର ନାୟକ ଗତ ୨୦୧୨ ମସିହାରେ ସମ୍ପୃକ୍ତ ମହିଳାଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ମଧ୍ଯରେ ମନୋମାଳିନ୍ଯ ହେବାରୁ ୨୦୧୮ ମସିହାରେ ଥାନାରେ ଅଭିଯୋଗ ହୋଇଥିଲା। ଏହାପରଠାରୁ ରବିଦନ୍ଦ୍ରଙ୍କ ସ୍ତ୍ରୀ ତାଙ୍କ ବାପ ଘରେ ରହିଆସୁଥିଲେ। ଏବେ ମହିଳା ଜଣକ ପୁଣି ଥରେ ରବିନ୍ଦ୍ରଙ୍କ ଘରକୁ ଆସିଥିବାରୁ ଏଭଳି ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଏନେଇ ମହିଳା ଜଣକ ବୁଗୁଡା ଥାନାରେ ଏତଲା ଦୋବ ପରେ ପୋଲିସ ରବିନ୍ଦ୍ରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.