Below header

ଭଦ୍ରକ: ବାସୁଦେବପୁର ବଛଦା ଭୋଇ ସାହିରେ ଅଘଟଣ, ସ୍ତ୍ରୀକୁ ମାରି ଥାନାରେ ସ୍ୱାମୀର ଆତ୍ମସମର୍ପଣ

ଭଦ୍ରକ: ଭଦ୍ରକ ବାସୁଦେବପୁର ଥାନା ବଛଦା ଭୋଇ ସାହିରେ ଅଘଟଣ । ସ୍ତ୍ରୀକୁ ମାରି ସ୍ୱାମୀ କରିଛି ଥାନାରେ ଆତ୍ମସମର୍ପଣ । ମୃତ ମହିଳା ବାସୁଦେବପୁର ଥାନା ବାରାପୁର ଗାଁର ରଶ୍ମିତା ନାୟକ । ସେ ବର୍ଷେ ତଳେ ଭୋଇସାହି ଗାଁର ସୌରଭ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ସୌରଭ ଦିଲ୍ଲୀ ଚାଲିଯାଇଥିଲେ । ପରେ ଶାଶୂଘରେ ରଶ୍ମିତାଙ୍କୁ ନିର୍ଯାତନା ଦିଆଯିବାରୁ ତାଙ୍କ ବାପଘର ଲୋକେ ଘରକୁ ନେଇ ଆସିଥିଲେ ।

ସୌରଭ ଦିଲ୍ଲୀରୁ ଫେରିବା ପରେ ରଶ୍ମିତାଙ୍କୁ ତାଙ୍କ ବାପ ଘରୁ ଆଣିଥିଲା । ହେଲେ ସୌରଭ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଘଟଣାସ୍ଥଳରେ ବାସୁଦେବପୁର ପୋଲିସ ମୃତଦେହ ଜବତ କରି ତଦନ୍ତ କରିଛି । ସେପଟେ ରଶ୍ମିତାଙ୍କ ହତ୍ୟାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲେୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.