ନାବାଳିଙ୍କୁ ଦୁଷ୍କର୍ମ ଓ ପରେ ବେଆଇନ ଗର୍ଭପାତ କରାଇବା ଅଭିଯୋଗରେ ଫସିଲେ ଥାନାବାବୁ

ସୁନ୍ଦରଗଡ଼: ଫସିଲେ ଥାନାବାବୁ । ନାବାଳିଙ୍କୁ ଦୁଷ୍କର୍ମ ଓ ପରେ ବେଆଇନ ଗର୍ଭପାତ କରାଇବା ନେଇ ଅଭିଯୋଗ ଆସିଛି। ଏହାସହ ଗର୍ଭପାତ କରାଇଥିବା ଡାକ୍ତର ଓ ନାବାଳିକାର ସାବତ ବାପାଙ୍କ ସମେତ ୬ଜଣ ନାଁରେ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ରାଏବଗା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜା ଜନକ ଘଟଣା।

ସୂଚନା ଅନୁଯାୟୀ, ୧୩ବର୍ଷିୟା ନାବାଳିକା ଗର୍ଭବତୀ ହୋଇଥିଲେ। ଗତ ଜୁନ ୧୪ ତାରିଖ ରାତିରେ ବୀରମିତ୍ରପୁର ଥାନାଧିକାରୀ ଡାକ୍ତରଙ୍କ ଦ୍ୱାରା ବୀରମିତ୍ରପୁର ଡାକ୍ତରଖାନାରେ ଗର୍ଭପାତ କରାଯାଇଥିଲା। ପରେ ଥାନାଧିକାରୀ ନାବାଳିକାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲେ। ସେଠାରେ ତାଙ୍କୁ ପଚରାଉଚୁରା କରିବା ପରେ ସାଂଘାତିକ ସତ ପଦାକୁ ଆସିଥିଲା।

ନାବାଳିକା ଜଣଙ୍କ କହିଥିଲେ କି ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା। ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଥାନାରେ ମାମଲା ରୁଜୁ କରିଥିଲା। ଅଭିଯୋଗ ଆଧାରରେ ବୀରମିତ୍ରପୁର ଥାନାଧିକାରୀ, ଥାନା ଏଏସଆଇ, ଡାକ୍ତର, ନାବାଳିକାଙ୍କ ସାବତ ବାପା, ସାବତ ବାପାଙ୍କ ସାଙ୍ଗଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି ଘଟଣାପରେ ସୁନ୍ଦରଗଡ଼ ଏସପି ନିଜେ ଯାଇ ନାବାଳିକାକୁ ଭେଟିବା ସହ ପଚରା ଉଚରା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.