Below header

ଜମ୍ମୁ ଓ କଶ୍ମୀରର ସୋପୋର୍‌ ଠାରେ ପୁଣି ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ । ଏହି ଘଟଣାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି । ସୋପୋର୍‌ର ହର୍ଦଶିବ ଅଞ୍ଚଳରେ ଚାଲିଥିବା ଏହି ଏନ୍‌କାଉଣ୍ଟର୍ ‌ସ୍ଥଳରେ ଆହୁରୀ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି।

ସୂଚନା ଥାଉକି, ସେଠାରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା କଥା ସେମାନଙ୍କୁ ବିଶ୍ବସ୍ତସୂତ୍ରରୁ ଖବର ମିଳିଥିଲା। ପ୍ରଥମେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚଳାଇଥିଲେ । ଅପରପଟେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀରରେ ୧୦୮ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇ ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.