ଭାରତୀୟ ବଜାରରେ Diawa ଲଞ୍ଚ କଲା 4k ସ୍ମାର୍ଟ ଟିଭି, ଗ୍ରାହକଙ୍କୁ ମିଳିବ ଦମଦାର କ୍ୱାଲିଟି ସହିତ ଏହି ସବୁ ସୁବିଧା

ତାଇୱାନର ସ୍ମାର୍ଟଟିଭି ନିର୍ମାତା କମ୍ପାନୀ Diawa ନିଜର 65 ଇଞ୍ଚ ଓ 55 ଇଞ୍ଚ 4k UHD ବିଶିଷ୍ଟର ଦୁଇ ସ୍ମାର୍ଟ ଟିଭି ଖୁବ ଶୀଘ୍ର ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ତରଫରୁ ଫ୍ରି ସବସ୍କ୍ରିପସନ ସୁବିଧା, ଲାଇଭ ନ୍ୟୁଜ ଷ୍ଟ୍ରିମ ସୁବିଧା ଯୋଗାଇ ଦିଆଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । ଏହି ସ୍ୱତନ୍ତ୍ର ଟିଭିରେ ଡୋକୁବେ, ଏପିକ ଅନ, ଅଲଜରଜିରା ନେଟୱର୍କ, ଗେମମ୍ପ୍ଲେକ୍ସ, ଫ୍ଲିକ୍ସଷ୍ଟ୍ରି ଆଗ୍ରାହକ ମାନେ ମାଗଣାରେ ବ୍ୟବହାର କରି ପାରିବେ ବୋଲି ଘୋଷଣା କରିଛନ୍ତି । ଏହି ଦୁଇଟି ଯାକ ଟିଭିରେ ୧୬ ଟି ଭାଷା, ବିଭିନ୍ନ ଜୋନର ୧୦,୦୦୦ରୁ ଅଧିକ ମୁଭିଜ ସହ 1700000+ ରୁ ବି ଅଧିକ ଘଣ୍ଟାର କଣ୍ଟେଣ୍ଟ ସୁବିଧା ମିଳିପାରିବ । ଏହି ସବୁ ସୁବିଧା ମାନ ସହିତ ଏହି ସ୍ମାର୍ଟ ଟିଭିରେ ୨ବର୍ଷ ପର୍ଯ୍ୟନ୍ତର ୱାରେଣ୍ଟି ମଧ୍ୟ ମିଳିପାରିବ

Daiwa announces affordable Smart TVs with Android 9.0

ଫିଚର ଦୃଷ୍ଟିରୁ ଦେଖିଲେ ଏହି ଦୁଇଟି ଯାକ ଟିଭିରେ ଆଣ୍ଡ୍ରଏଡ଼ ୯.୦ଟିଭି ଅପରେଟିଙ୍ଗ ସିଷ୍ଟମ ମାନ ମଧ୍ୟ ରହିଛି । ଟିଭିର ଡିଷ୍ପ୍ଲେ ରୀଜୋଲୁସନ 4K UHD (3840x 2160) ପିକସଲ ପର୍ଯ୍ୟନ୍ତ ରହିଛି । ଏହା ସହ ଡିଷ୍ପ୍ଲେ ଟିରେ କ୍ୱାଣ୍ଟମ ଲ୍ୟୁମିନିଟି ଟେକ୍ନୋଲୋଜି ସପୋର୍ଟ ସହ HDR 10ର ସପୋର୍ଟ ବି ରହିଛି । ସାଉଣ୍ଡ କ୍ୱାଲିଟି ପାଇଁ dbx -tv ଅଡ଼ିଓ ଟେକ୍ନୋଲୋଜି ସୁବିଧା ମଧ୍ୟ ଦିଆଯାଇଛି । ଏହା ସହ ବିଲଟ ଇନ ସାଉଣ୍ଡ ବାର ସହିତ ୨୦ ବାଟର ସ୍ପିକର ସୁବିଧା ବି ଦିଆଯାଇଛି ।

ସାଉଣ୍ଡ ବାର ସମେତ ଏଆଇର ସପୋର୍ଟ ବି ମିଳିପାରିବ । ଟିଭି ସହ ହଟଷ୍ଟର, ଜି5, ସୋନି ଲିଭ, ବୁଟ, ସନ ଏନଏକ୍ସଟି, ଜିଓ ସିନେମା, ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ ସମେତ ୟୁଟ୍ୟୁବ ଆପ୍ସର ସପୋର୍ଟ ବି ମିଳିପାରିବ । ଟିଭିରେ ରେ A55 କ୍ୱାଡ଼କୋର ପ୍ରୋସେସର, ୨ GB ରାମ, ୧୬GB ରୋମ, ୩
HDMI ପୋର୍ଟସ, ୨USB, ବ୍ବାଇଫାଇ, ଗୋଟେ ଅପ୍ଟିକାଲ ଆଉଟପୁଟ, ବ୍ଲୁ ଟୁଥ କନେକ୍ଟିଭିଟି ସହ ସ୍କ୍ରିନ ମୀରାରିଂ ପାଇଁ ଇ ସେୟାରର ସୁବିଧା ମଧ୍ୟ ମିଳିବ । କମ୍ପାନୀ ତରଫରୁ ୬୫ ଇଞ୍ଚ ଟିଭିର ମୂଲ୍ୟ ୫୧,୯୯୦ଟଙ୍କା ଓ ୫୫ ଇଞ୍ଚ ଟିଭିର ଦର ୩୪,୯୯୦ ଟଙ୍କା ରଖାଯିବା ନେଇ ସ୍ଥିର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.