ଆଜିଠୁ ବିଦ୍ୟୁତ୍ କାଟ୍, ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକଲେ କଟିବ ଲାଇନ୍
ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ଆରମ୍ଭ ହେବ ବିଦ୍ୟୁତ୍ କାଟ । ସେସୁ ଭଳି ବିଲ୍ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଜୁଳି କାଟ୍ କରିବ ସାଉଥ୍କୋ । ଗତକାଲି ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିନଥିବେ କଟିବ ଲାଇନ୍ । ବିଦ୍ୟୁତ୍ ସେବା ବିଛିନ୍ନ କରିବ ସାଉଥ୍କୋ । ଏଥିପାଇଁ ଏକ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଛି । ସାଉଥକୋ ୟୁଟିଲିଟିର ୧୫ଲକ୍ଷ ୭୩ହଜାର ୮ଶହ ୧୫ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୧ହଜାର ୩ଶହ ୭୪କୋଟି ଟଙ୍କା ବକେୟା ରହିଛି । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ପ୍ରାୟ ୧୫ଲକ୍ଷ ଉପଭୋକ୍ତାଙ୍କ ଉପରେ ବାକି ରହିଛି ୧ହଜାର ୩ଶହ ୭୪କୋଟି ଟଙ୍କା । ଏଥିପାଇଁ ସାଉଥ୍କୋ ପକ୍ଷରୁ ବକେୟା ବିଲ୍ ଆଦାୟ କରାଯାଉଛି ।