ରାଜଧାନୀର ଆକ୍ରମଣ, ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ୩୦ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତ
ଭୁବନେଶ୍ବର (କେନ୍ୟୁଜ୍) : ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ। ବିଚ୍ ରାସ୍ତାରେ ଜଣଙ୍କ ଉପରେ ଆକ୍ରମଣ କଲେ ୩୦ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତ। ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନ ୟୁନିଟ୍-୯ସ୍ଥିତ କନକ ଦୁର୍ଗା ମନ୍ଦିର ନିକଟରେ ଆକ୍ରମଣ ହୋଇଛି। ଆକ୍ରମଣର ଶୀକାର ଯୁବକ ଆକାଶ। ଗତକାଲି ସନ୍ଧ୍ୟାରେ ଆକାଶ ତାର କିଛି ସାଙ୍ଗମାନଙ୍କ ସହ କନକ ଦୁର୍ଗା ମନ୍ଦିର ନିକଟରେ ବସିଥିବାବେଳେ ୩୦ରୁ ୪୦ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସମସ୍ତଙ୍କ ସାମ୍ନାରେ ଏପରି ଆତଙ୍କରାଜ ଚାଲିଥିବାବେଳେ ଭୟରେ କେହି ବଞ୍ଚାଇବାକୁ ଆସିନଥିଲେ। ଖବର ପାଇ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରହିଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।