ମାତ୍ର ୧୦ ଦିନ ଫଲୋ କରନ୍ତୁ ମୁଗ ଡାଲିର ଏହି ଡାଏଟ୍ ପ୍ରୋଗ୍ରାମ, ଆଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ
ସାଧାରଣତଃ କୌଣସି ରୋଗ ହୋଇଥିବା ବେଳେ ଡାକ୍ତର ମୁଗ ଡାଲି ଖାଇବାକୁ ପରାମର୍ଶ ଦେଇଥାନ୍ତି। ମୁଗକୁ ଡାଲି ଭାବେ ବା ଖେଚୁଡ଼ିରେ ଖାଇବା ସ୍ୱାସ୍ଥ୍ୟପକ୍ଷେ ହିତକାରକ ହୋଇଥାଏ। ଓଜନ କମ୍ କରିବାରେ ମଧ୍ୟ ମୁଗ ଡାଲି ସାହାଯ୍ୟ କରେ। ମୁଗ ଡାଲିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଛି ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ତେବେ ଆସନ୍ତୁ ଜାଣିବା ମୁଗଡାଲି ମାଧ୍ୟମରେ ମାତ୍ର ୧୦ ଦିନରେ କେମିତି କମାଇବେ ଓଜନ..ଆପଣ ଚାହିଁଲେ ମୁଗ ଡାଲିର ସୁପ୍ ପିଇପାରିବେ। ଏହାକୁ ତିଆରି କରିବା ପାଇଁ ମୁଗ ଡାଲିରେ ରସୁଣ, ଅଦା, ଲୁଣ, ହେଙ୍ଗୁ, ଜିରା, ପାନମଧୁରୀ, ଧନିଆ, କଞ୍ଚା ଲଙ୍କା ପକାଇ ଫୁଟାନ୍ତୁ। ଏହି ସୁପ୍ରେ ଆଦୌ ତଡ଼କା ଲଗାନ୍ତୁ ନାହିଁ। ଏହି ଡାଏଟ୍ ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିବ।
ଏହି ସୁପ୍ ଶରୀରକୁ ଡିଟକ୍ସ କରିଥାଏ ଓ ଭିତରୁ ପରିଷ୍କାର କରିବାରେ ସାହାଯ୍ୟ କରେ।
ମୁଗ ଡାଲିର ସୁପ୍ କରିବା ବେଳେ ଏଥିରେ ଆଦୌ ଟମାଟୋ, ଲେମ୍ବୁ, ଦହି ଆଦି ଖଟା ଜାତୀୟ ଖାଦ୍ୟ ବ୍ୟବହାର କରନ୍ତୁ ନାହିଁ। ଏମିତି କି ତେଲ କିମ୍ବା ଘିଅ ମଧ୍ୟ ବ୍ୟବହାର କରନ୍ତୁ ନାହିଁ।
ସୁପ୍ ଡାଏଟ୍ରେ ଥିବା ବେଳେ ରିଫ୍ରେସିଂ ପାଇଁ ବିନା ଚିନିରେ ଚା’ କିମ୍ବା କଫି ମଧ୍ୟ ପିଇପାରିବେ। ଏହା ବ୍ୟତୀତ ଆପଣ ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଅନ୍ତୁ।
ସୁପ୍ ଡାଏଟ୍ରେ ଥିବା ବେଳେ ବିଭିନ୍ନ ପ୍ରକାରର ପନିପରିବା ଯଥା: ଗାଜର, କାକୁଡ଼ି, ମୂଳା, ଶାଲଗମ୍, କୋବି, ପିଆଜ, କଖାରୁ ଆଦି ସେବନ କରନ୍ତୁ। ଏହା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିବ।