Below header

ନବମ ଶ୍ରେଣୀ ଛାତ୍ର ଜିତୁ ମୃତ୍ୟୁର ୩ ଦିନ ପରେ : ମୃତ୍ୟୁ ରହସ୍ୟ ଖୋଲୁଛି ପ୍ରେତାତ୍ମା, କହୁଛି ହତ୍ୟାକାରୀର ନାମ ଓ ଠିକଣା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ମୋଚିନ୍ଦା ପଞ୍ଚାୟତର ଖଡ଼ିପାଳ ଗାଁରେ ଜଣେ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଯାଇଛି । ପରିବାର ଲୋକେ ଏହାକୁ ହତ୍ୟା ବୋଲି କହୁଥିବା ବେଳେ ଏହି ଅଭାବନୀୟ ଘଟଣାର ଏଯାଏ ପର୍ଦ୍ଦା ଫାସ୍‌ ହୋଇନି ।

ପୋଲିସ ତଦନ୍ତ ଜାରି ରହିଥିବା ବେଳେ ହତ୍ୟା ଘଟଣାର ରହସ୍ୟ ଖୋଲିଛି ଏକ ପ୍ରେତାତ୍ମା । ସେ କହୁଛି ହତ୍ୟା ବ୍ୟକ୍ତିଙ୍କର ନାମ ଓ ଠିକଣା । ପୋଲିସ ସୂଚନାନୁଯାୟୀ, ଗତ ୧୦ ତାରିଖରେ ଖଡିପାଳ ଗାଁରେ ଜିତୁ ନାୟକଙ୍କର ମୃତ୍ୟୁ ହୋଇଯାଇଥିଲା ।

sprit-2

ଜିତୁ ଠାକୁରମୁଣ୍ଡା ଗାଁର ହୋଇଥିବା ବେଳେ ମାମୁଁ ଘର ଖଡିପାଳ ଗାଁରେ ରହି ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଜୁନ୍‌ ୧୦ ତାରିଖରେ ଜିତୁଙ୍କ ମୃତ ଦେହ ଗାଁ ଶେଷରେ ଥିବା ଆମ୍ବ ତୋଟାରୁ ଉଦ୍ଧାର କରାଯାଇଥିଲା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଆଶ୍ଚର୍ଯ୍ୟ କଥା ହେଉଛି ଜିତୁର ଆତ୍ମା ଜଣେ ଝିଅର ଶରୀର ମଧ୍ୟରେ ପ୍ରବେଶ କରି ହତ୍ୟା ରହସ୍ୟ କହୁଛି । ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି ।

ହେଲେ ଏହି କଥା ବିଜ୍ଞାନ ସମ୍ମତ ହୋଇ ନଥିବାରୁ ଏହା ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ନ ପାରେ । ହେଲେ ଏହାକୁ ଆଧାର କରି ଜିତୁ ମୃତ୍ୟୁ ରହସ୍ୟ ଉନ୍ମୋଚନ କରାଯାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.