ଲକଡାଉନରେ ପରସ୍ପରଠାରୁ ଦୂରେଇ ଯାଇଛନ୍ତି ଦମ୍ପତି, ମାତ୍ର ୪୦ ପ୍ରତିଶତ ସପ୍ତାହରେ ଥରେ କରିଛନ୍ତି ସମ୍ଭୋଗ

କରୋନାକୁ ଆୟତ୍ତକୁ ଆଣିବାକୁ କରାଯାଇଥିବା ଲକଡାଉନ ଧୀରେ ଧୀରେ କୋହଳ ହୋଇଥିବା ବେଳେ ଜନଜୀବନ ପୁଣିଥରେ ସ୍ୱାଭାବିକ ହେଉଛି। ଲୋକମାନେ ମାସ୍କ ପିନ୍ଧି ବାହାରକୁ ବାହାରୁଛନ୍ତି। ତେବେ ଲକଡାଉନ ଯୋଗୁ ଉଭୟ ପତିପତ୍ନୀ ଘରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେଉଥିବ ବୋଲି ଆଶା କରାଯାଉଥିଲା। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ଲକଡାଉନ ବେଳେ ୧୦ ଜଣଙ୍କ ମଧ୍ୟରୁ ୬ ଜଣ ଶାରୀରିକ ସମ୍ପର୍କ ଠାରୁ ଦୂରେଇ ରହିଥିଲେ। ଦ ଜର୍ଣ୍ଣାଲ ଅଫ ସେକ୍ସୟୁଆଲ ମେଡ଼ିସିନରେ ପ୍ରକାଶିତ ରିସର୍ଚ୍ଚରେ ଏହି ତଥ୍ୟ ପ୍ରକାଶ ପାଇଛି।

Should COVID-19 affect your sex life? Plus, 6 other times when ...

ରିସର୍ଚ୍ଚ ମୁତାବକ କେବଳ ବ୍ରିଟେନରେ ହିଁ ୪୦ ପ୍ରତିଶତ ଲୋକ ସପ୍ତାହକ ମଧ୍ୟରେ ମାତ୍ର ଥରେ ସେକ୍ସ କରିଛନ୍ତି। ସର୍ଭେରେ ସାମିଲ ଥିବା ଲୋକଙ୍କ ମଧ୍ୟରେ ୩୯.୯ ପ୍ରତିଶତ ଲୋକ ଗତ ମାସେ ମଧ୍ୟରେ କାହା ସହ ବି ଅନ୍ତରଙ୍ଗ ହୋଇନଥିବା କହିଥିଲେ।

Sex Drive Foods: 15 Foods That Really Boosts your Sexual Drive ...

ମହାମାରୀ ଯୋଗୁ ଲୋକମାନେ ଚିନ୍ତାରେ ଥିବା କାରଣରୁ ଶାରୀରିକ ସମ୍ପର୍କ ରଖିନଥିବା କହିଛନ୍ତି। ଏଥିସହ ଲକଡାଉନ ମଧ୍ୟ ଏହାର ଏକ ପ୍ରମୁଖ କାରଣ। ଲକଡାଉନ ଯୋଗୁ କାହାର ଚାକିରି ଯାଇଛି ତ ଆଉ କିଏ ଘରୁ କାମ କରିବା ବେଳେ ଚିନ୍ତାରେ ରହିଛି। ଏହି କାରଣରୁ ଯୌନ ଇଚ୍ଛା ପ୍ରତି ଲୋକଙ୍କ ଆଗ୍ରହ କମିଛି।

Have You Ever Cried After Intercourse? Here Are 6 Reasons Why It ...

ରିସର୍ଚ୍ଚକର୍ତ୍ତା କହିଛନ୍ତି ଯେ ଆମେ ଭାବୁଥିଲୁ ଲକଡାଉନରେ ଲୋକେ ଘରେ ଅଛନ୍ତି, ଏଣୁ ସେମାନଙ୍କ ମଧ୍ୟରେ ଯୌନ ଗତିବିଧି ବଢ଼ିଥିବ। କିନ୍ତୁ ଫଳାଫଳ ଆସିବା ପରେ ଜାଣିବାକୁ ପାଇଲୁ ଯେ ଆମେ ଭୁଲ ଥିଲୁ। ପୂର୍ବ ତୁଳନାରେ ଲୋକମାନେ ପରସ୍ପରଠାରୁ ଦୂରେଇ ଯାଇଛନ୍ତି। ଏଥିସହ ଆଉ କିଛି ଅବିବାହିତ ଯୋଡ଼ି ପରସ୍ପର ସହ ଭେଟିବାକୁ ସୁଯୋଗ ନ ପାଇବାରୁ ମଧ୍ୟ ସେକ୍ସ କରିବାରୁ ବଞ୍ଚିତ ଥିବା ରିସର୍ଚ୍ଚରେ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.