ଗଜପତି: ମୂରବୀ ନଥିବା ସିଣ୍ଡିବୁର୍ ଗ୍ରାମର ମୂରବୀ ସାଜିଲେ ଗଜପତି ଏସପି ସାରା ଶର୍ମା, ତୁଲାଇବେ ସବୁ ଦାୟିତ୍ବ

ଗଜପତି(କେନ୍ୟୁଜ୍):  ପୁଣି ଚର୍ଚ୍ଚାରେ ଗଜପତି ଏସପି ଶାରା ଶର୍ମା। କିଛି  ନୂଆ ନୂଆ ସୃଜନରେ ପରିଚିତ ଗଜପତି ଏସପି  ଏବେ ଆଉ ଏକ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।  ଆଉ  ସେହି ଚର୍ଚ୍ଚାଟି ହେଉଛି ସେରଙ୍ଗ ଥାନାର ସବୁଠାରୁ ଗରିବ ଗ୍ରାମର ମୁରବି ସାଜିଛନ୍ତି ଲେଡି ଆଇପିଏସ ସାରା ଶର୍ମା ।

ଗଜପତି ଜିଲ୍ଲାର ସେରଙ୍ଗ ଥାନାର ସବୁଠାରୁ ଗରିବ ଗାଁ ହେଉଛି  ସିଣ୍ଡିବୁର୍ । ନା କେବେ କୌଣସି ଜିଲ୍ଲାପାଳ ନା କୌଣସି ଏସପି ଏଠାରେ ପହଞ୍ଚିଛନ୍ତି । କିନ୍ତୁ ପ୍ରଥମେ ଏସପି ତପାରେ ପୁଣି  ମହିଳା ଏସପି ଭାବେ ଗଜପତି ଜିଲ୍ଲା ଏସପି ସାରା ଶର୍ମା ନିଜର ସମସ୍ତ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ସିଣ୍ଡିବୁର୍ ଗ୍ରାମରେ ପହଞ୍ଚିଥିଲେ । ନାଁ ଏହି ଗ୍ରାମକୁ ଭଲ ରାସ୍ତା ଅଛି ନା କୌଣସିର ବିକାଶର ଚିତ୍ର ଅଛି । ସମସ୍ତେ ଗରିବ କାହା ପାଖରେ ଭଲ ପିନ୍ଧିବାକୁ ନାହିଁକି କାହାପାଖରେ ଘରର ଭଲ ଛାତ ଖଣ୍ଡିଏ ନାହିଁ ।

କିନ୍ତୁ ଏସପିଙ୍କୁ ଦେଖି ପାଖକୁ ଚାଲିଆସିଲେ ଏବଂ ଏକ ଅବଶ୍ୟକତାର ଚିଠା ପ୍ରଦାନ କରିଥିଲେ।  କାରଣ ଏସପି ସାରା ଶର୍ମା ଏହି ଗ୍ରାମକୁ ପୋଷ୍ୟ ଗାଁ ଭାବେ ନେଇଛନ୍ତି । ଏସପି ଗାଁରେ ପହଞ୍ଚି ସମସ୍ତଙ୍କୁ ବିସ୍କୁଟ, ମାସ୍କ ଦେବା ସହ କରୋନା ସହ ଲଢେଇ ପାଇଁ ସମସ୍ତ ସରକାରୀ ସଚେତନତା ବାର୍ତ୍ତା ବୁଝାଇଥିଲେ । ପରେ ୧୯ଟି ପରିବାର ବସବାସ କରୁଥିବା ଏହି ଗ୍ରାମର ୧୧୯ଲୋକଙ୍କ ପାଇଁ ରାସ୍ତା, ବହି ବସ୍ତାନି, ପୋଷାକ, ଆସବାବପତ୍ର ଭଳି ସୁବିଧା ଏସପି ଯୋଗାଇଦେବେ ବୋଲି ପ୍ରତିଶ୍‌ତି ଦେଇଥିଲେ । ଯାହାକୁ ନେଇ ଗ୍ରାମବାସୀ ଖୁସି ପ୍ରକଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.