ଏହି ମାସରେ ଆରମ୍ଭ ହୋଇପାରେ ବିଗବସ୍ ୧୪ର ସୁଟିଂ, କରୋନା ଯୋଗୁ ଘରୁ ବାହାରିବେନି ସଲମାନ ଖାନ୍

କଲର୍ସ ଚ୍ୟାନେଲର ସବୁଠୁ ବିବାଦୀୟ ରିଆଲିଟି ଶୋ ବିଗ ବସର ଆଗାମୀ ସଂସ୍କରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ ବିଗ ବସ ୧୪ ର ଥିମ୍ “ଜଙ୍ଗଲ” ରହିବ। ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ନାଁକୁ ନେଇ ମଧ୍ୟ ଖବର ସାମ୍ନାକୁ ଆସୁଛି। ତେବେ କିଏ କିଏ ଚଳିତ ଥର ବିଗ ବସ ହାଉସରେ ପ୍ରବେଶ କରିବେ ସେ ନେଇ ଏବେ ଯାଏଁ ବିଧିବଦ୍ଧ ଘୋଷଣା କରାଯାଇନାହିଁ।

लौट कर आ रहा है BIGG BOSS 14, बहुत जल्द SALMAN ...

ତେବେ ଚଳିତମାସରେ ବିଗବସର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସିରିୟଲର ସୁଟିଂ ପାଇଁ ପ୍ରାୟ ୩୦୦ ଲୋକଙ୍କ ଟିମ୍ ଆବଶ୍ୟକତା ରହିଛି। ମାତ୍ର ବର୍ତ୍ତମାନର ସମୟକୁ ଦୃଷ୍ଟିରେ ରଖି ପ୍ରଡକ୍ସନ ତରଫରୁ କମ ଲୋକରେ ସୁଟିଂ କରାଯିବାକୁ ଯୋଜନା ଚାଲିଛି।

Salman Khan set to debut on YouTube as Being Salman Khan ...

ସିରିୟଲ ନିର୍ମାତା ଅକ୍ଟୋବରରେ ବିଗବସ ୧୪କୁ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି। ଏହି ସମୟରେ ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡପତି ଆସୁଥିବାରୁ ଉଭୟ ସିରିୟଲ ମଧ୍ୟରେ ପ୍ରତିଯୋଗିତା ଲାଗିବ। ତେବେ ଚଳିତଥର ମଧ୍ୟ ସଲମାନ ଖାନ ହିଁ ବିଗ ବସକୁ ହୋଷ୍ଟ କରିବେ ବୋଲି ଜଣାଯାଇଛି। ଏଥିପାଇଁ ସେ ନିଜ ଫାର୍ମହାଉସରେ ହିଁ ପ୍ରୋମୋ ଓ ଏପିସୋଡ଼ ସୁଟିଂ କରିବେ। ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ସେ ଏଭଳି କରିବେ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.