Below header

ମନୋରଞ୍ଜନର ଅଦ୍ଭୁତ ତରିକା : ବିଷାକ୍ତ ଖାଦ୍ୟ ଦେଇ ତଡପାଉ ଥିଲେ ଲୋକଙ୍କୁ, ପରେ କରୁଥିଲେ ଏହାର ଭିଡିଓ

କାଲିଫୋର୍ଣ୍ଣିଆ : ଆମେରିକା କାଲିଫୋର୍ଣ୍ଣିଆ ସହରରେ ଏପରି ଏକ ଭିଡିଓ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଥରିଯିବ । ଏଠାରେ ଜଣେ ବ୍ୟକ୍ତି ନିଜର ମନୋରଞ୍ଜନ ପାଇଁ ଲୋକଙ୍କୁ ଖାଦ୍ୟରେ ବିଷ ଦେଉଥିଲା । ଲୋକେ ଯେତେବେଳେ ବିଷ ଜ୍ୱାଳାର କଷ୍ଟରେ ଛଟ ପଟ ହେଉଥିଲେ ସେତେବେଳେ ଉକ୍ତ ବ୍ୟକ୍ତି ଏହାର ଭିଡିଓ ତିଆରି କରୁଥିଲେ ।

ଏଭଳି ରୁଗୁଣ ମାନସିକତାର ଦୃଶ୍ୟ କାଲିଫୋର୍ଣ୍ଣିଆରେ ଦେଖା ଯିବା ପରେ ସେଠାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଲୋକଙ୍କୁ ବିଷାକ୍ତ ଖାଦ୍ୟ ଖୁଆଇ ଏପରି ଭିଡିଓ ବନାଇବା ଅଭିଯୋଗରେ ଉକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି । ଓ୍ଵିଲିୟମ୍‌ ରବର୍ଟ ନାମକ ଏହି ବ୍ୟକ୍ତି ୮ ଜଣ ବୁଲା ଲୋକଙ୍କୁ ଖାଦ୍ୟରେ ଓଲିୟୋରେସିନ୍‌ କେପ୍‌ସିକମ୍‌ ନାମକ ଏକ ବିଷାକ୍ତ ପଦାର୍ଥ ମିଶାଇ ଖାଇବାକୁ ଦେଇଥିଲେ ।

california-1

ଯାହାକୁ ଖାଇ ଲୋକମାନେ ଛଟପଟ ହେବା ସହ ରୋଗରେ ପଡ଼ିଥିଲେ । ବିଷାକ୍ତ ଖାଦ୍ୟ ଖାଇ ଲୋକେ ଛଟପଟ ହେଉଥିବା ବେଳେ ଉକ୍ତ ବ୍ୟକ୍ତି ଏହାର ଭିଡ଼ିଓ ବନାଇଥିଲେ । ଯାହାଦ୍ୱାରା କେବେ କେବେ ଏହାକୁ ଦେଖି ଏହାର ଆନନ୍ଦ ନେଇ ପାରିବେ ।

ବିଷାକ୍ତ ଖାଦ୍ୟ ଖାଇ ରୋଗରେ ପଡ଼ିଥିବା ଲୋକଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ରିପୋର୍ଟ ଅନୁଯାୟୀ ରବର୍ଟ ଏହି ଲୋକମାନଙ୍କୁ କହିଥିଲା ଯେ ସେ ତିଖା ଖାଦ୍ୟ ଖାଇବା ପ୍ରତିଯୋଗିତା କରୁଛନ୍ତି । ସେଥିରେ ଯେ କେହି ଭାଗ ନେଇ ପାରିବେ ।

ଲୋକେ ଏଥିରେ ଭାଗ ନେବାକୁ ହଁ ଭରିଥିଲେ । ବିଷାକ୍ତ ଖାଦ୍ୟ ସମ୍ପର୍କରେ ଅଜଣା ଥିବା ଲୋକେ ଏହି ଖାଦ୍ୟ ଖାଇ ବାନ୍ତି କରିବା ସହ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପୋଲିସ କହିବା ଅନୁଯାୟୀ ଏହି ଅପରାଧ ପାଇଁ ଓ୍ଵିଲିୟମ୍‌କୁ ୮ଟି ଦଫା ଲାଗିଛି । ଏହି ଦଫା ପାଇଁ ଅତି କମ୍‌ରେ ତାକୁ ୧୯ ବର୍ଷ ୩ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.