Below header

ଗଞ୍ଜାମ: ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଲା ସ୍ସିରିଟ୍ ଭର୍ତ୍ତି ଟ୍ୟାଙ୍କର, ବଡ଼ ଅଘଟଣରୁ ବର୍ତ୍ତିଗଲା ଦୁର୍ଘଟଣା ଅଞ୍ଚଳ

ଭଞ୍ଜନଗର(କେନ୍ୟୁଜ୍):   ରାସ୍ତାକଡକୁ ଓଲଟିଲା ସ୍ସିରିଟ୍ ଭର୍ତ୍ତି ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ  ଗୋବରା – ଷଢଙ୍ଗୀପଲ୍ଲୀ ଗାଁ ନିକଟ ମୁଖ୍ୟରାସ୍ତା କଡ଼ରେ ଘଟିଛି ଏଭଳି ଘଟଣା । ବୌଦ୍ଧରୁ ସ୍ପିରିଟ୍ ନେଇ ଆସିକା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଟ୍ୟାଙ୍କରଟି ଓଲଟି ପଡିଥିଲା ।

spirit

ଡ୍ରାଇଭର ଓ ହେଲପର୍ ନିଶ୍ଚିତ ବିପଦରୁ ଉଦ୍ଧାର ହୋଇଥିଲେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ପରେ ଗାଙ୍ଗପୁର ଥାନା ପୋଲିସ ଓ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ଟ୍ୟାଙ୍କରଟିକୁ ଉଦ୍ଧାର କରିବା ସହ  ଅଗ୍ନି ନିରାପତ୍ତା ଦୃଷ୍ଟିରୁ ପାଣି ସିଞ୍ଚନ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.