ଏହି ଦମ୍ପତିଙ୍କ ଉପରେ ଲଦି ପଡିଛି ଦୁଃଖର ପାହାଡ, ଏବେ ସାହାଯ୍ୟ ଅପକ୍ଷୋରେ

ନରସିଂହପୁର (କେନ୍ୟୁଜ) : ସୁଖର ସଂସାର ଟିଏ ଗଢିବା ପାଇଁ କିଏ ବା ନଚାହେଁ | ହେଲେ ସଂସାର ଗଢିବା ପାଇଁ ସମସ୍ତଙ୍କୁ କିଛିନା କିଛି ପରିଶ୍ରମ କରିବାକୁ ପଡିଥାଏ | କିନ୍ତୁ ସୁଖର ସଂସାର ଗଢିବା ପାଇଁ ଚେଷ୍ଟା କରୁ କରୁ ଚାଲି ଆସିଲା ଦୁଃଖର ମହାସାଗର। ଆଜି ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଇବୁ ତାକୁ ଦେଖିଲେ ଆପଣ ବି କହିବେ ଇଶ୍ୱର ବୋଧେ ୟାଙ୍କୁ ସବୁ ଦୁଃଖ ଦେଇଦେଇଛନ୍ତି।

କଟକ ଜିଲ୍ଲା ନରସିଂହପୁର ବ୍ଲକ ନୁଖାପଡା ଗ୍ରାମପଞ୍ଚାୟତ ଲେହେଙ୍ଗା ଗ୍ରାମର ଏ ଘଟଣା | ଗ୍ରାମର ପ୍ରେମସୁନ୍ଦର ଗଡପଲ୍ଲା ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ପାଖ ଅଲରା ଗ୍ରାମକୁ ରାଜମିସ୍ତ୍ରୀ କାମ କରିବାକୁ ଯାଇ ଥିବା ବେଳେ ହଟାତ ଛାତ ଉପରୁ ଖସି ପଡିଲେ। ତୁରନ୍ତ ତାଙ୍କୁ ନରସିଂହପୁର ଡାକ୍ତରଖାନାକୁ ନିଆ ଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ଗୁରୁତର ଥିବା ଦେଖି କଟକ ବଡ ଡାକ୍ତରଖାନାକୁ ପଠାଇ ଦେଇଥିଲେ | ଡାକ୍ତରଖାନାରେ ପହଞ୍ଚିଲା ପରେ ଜଣାପଡିଲା ତାଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି। ଏବେ ବଡ ଗୋଟେ କଥା ଶୁଣିବା ପରେ ଅଭାବୀ ପରିବାରରେ ଖେଳିଯାଇଥିଲା ଯେମିତି ଶୋକର ଲହରୀ |

କେବଳ ସ୍ୱାମୀ ସ୍ତ୍ରୀଙ୍କୁ ନେଇ ଚାଲୁଥିଲା ଏମାନଙ୍କ ସଂସାର। ପରିବାରର କେହି ଆଗକୁ ଆଉ ପଛକୁ ନଥିବା ବେଳେ ଭଗବାନଙ୍କୁ ଭରସାକରି ନିଜର ଯାହା କିଛି ଥିଲା ସୁନା ରୂପା ଓ ଧନ ସମ୍ପତି ବିକିଦେଲେ ସ୍ତ୍ରୀ। କିନ୍ତୁ ମେଡିକାଲରେ ୨୦ ଦିନ ରହିବା ପରେ ଡାକ୍ତର କହିଲେ ଅପରେସନ ହେବ ବହୁତ ଟଙ୍କା ଦରକାର। କଣ କରିବେ ଏହା ଭାବି ସ୍ୱାମୀଙ୍କୁ ଘରକୁ ନେଇ ଆସିଲେ ସ୍ତ୍ରୀ। ଆଉ ବଳକା ଥିବା କିଛି ଜମିକୁ ବିକି ସେ ପୁଣି କଟକ ବଡ ଡାକ୍ତରଖାନାକୁ ନେଲେ। କିନ୍ତୁ ଭଲ ହେବାକୁ ଆହୁରି ୬ ଲକ୍ଷରୁ ଅଧିକ ଟଙ୍କା ଦରକାର ବୋଲି କହିଲେ ଡାକ୍ତର।

ଅଭାବି ମହିଳା ଦିନେ ଖାଇଲେ ଦିନେ ଉପାଶ ଏତେ ଟଙ୍କା ଦେଖିବାକୁ ବି ସ୍ୱପ୍ନ ଆଉ ଏତେ ଟଙ୍କା ଯୋଗାଡ କରିବେ କେମିତି | ଶେଷରେ ଭଗବାନ ଭରସାରେ ଘରକୁ ଫେରି ବିଭିନ୍ନ ଜାଗାରେ ଗୁଣି ଗାରେଡି, ଝଡା- ଫୁଙ୍କା ଏବଂ ପୂର୍ଜର୍ଚ୍ଚନା କରିଚାଲିଲେ କିନ୍ତୁ ଦୀର୍ଘ ୯ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସ୍ୱାମୀ।

ସ୍ୱାମୀଙ୍କର ଏପରି ଅବସ୍ଥା ଦେଖି ବହୁବାର ସ୍ୱାମୀଙ୍କ କଥା ସ୍ଥାନୀୟ ବିଡିଓ, ସରପଞ୍ଚ, ଜିଲ୍ଲାପାଳ ତଥା ବହୁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ଚପଲ ଛିଣ୍ଢି ଗଲେବି ତାଙ୍କ ଗୁହାରି କେହିଶୁଣିଲେଲି | ସରକାର ଙ୍କ ତରଫରୁ ଶତ ପ୍ରତିଶତ ଅକ୍ଷମ ସାର୍ଟିଫିକେଟ ତ ମିଳିଲା ହେଲେ ଆଙ୍ଗୁଳି କାମ କରୁନଥିବାରୁ ମିଳି ପାରିଲା ନାହି ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମୁଠାଏ। ଘର କଥା ତ ଦୂରରେ ଥାଉ ସତେ ଯେମିତି ଗୁହାଳ ଘରରେ ରହିବାଟା ତାଙ୍କ ଭାଗ୍ଯରେ ଲେଖା ଗୋଟିଏ ବୋଲି ଘର ସେଇଥିରେ ସେ ନିଜେ ରହିବା ସହ କିଛିଦିନ ତଳେ ଗାଈ ଗୋରୁ ବି ରହୁଥିଲେ |ବାସ୍ତବରେ ନିଜେ ଆଖିରେ ନଦେଖିଲେ ଦୁଖକୁ ଅନୁଭବ କରିହୁଏନା | ଏମାନଙ୍କ ଦୁଃଖ ଦେଖିଲେ ଲାଗୁଛି ବାସ୍ତବରେ ଏ ଅଭାବୀ ଲୋକଙ୍କ ଦୁଃଖ କଣ କେବେ ସରିବନି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.