AK-47 ରାଇଫଲରେ ଶତ୍ରୁକୁ ମାରିବା ପରି କରୋନାକୁ ଚିିତପଟାଙ୍ଗ କରିବ ସ୍ପୁଟନିକ ଟିକା, ଋଷ ରାଷ୍ଟ୍ରପତି କଲେ ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ):  AK-47 ରାଇଫଲ ଯେପରି ଶତ୍ରୁକୁ ଚିିତପଟାଙ୍ଗ କରେ ସେହିପରି ସ୍ପୁଟନିକ ଟିକା ବି କରୋନା ଭାଇରସକୁ ଦମନ କରୁଛି । କରୋନା ଯୁଦ୍ଧରେ ସ୍ପୁଟନିକ AK-47 ରାଇଫଲ ଭଳି କାମ କରୁଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ରୁଷ ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ୍‌ କରୋନା ଟିକାର ବ୍ୟବହାର ଉପରେ ମୋହର ମାରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଡବଲ ଡୋଜ୍‌ ବଦଳରେ ଲୋକେ ସ୍ପୁଟନିକ ଲାଇଟ ସିଙ୍ଗଲ ଡୋଜ୍‌ ନେବେ । ଏହି ସିଙ୍ଗଲ ଡୋଜ ଟିକାର ଟ୍ରାଏଲ ରୁଷରେ କରାଯାଇଥିଲା । ଏହା କରୋନାକୁ ମାତ ଦେବାରେ ୭୯ ଦଶମିକ ୪ ପ୍ରତିଶତ ସଫଳ ବୋଲି ଜଣାପଡ଼ିବା ପରେ ସରକାର ଏହାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

ପୂର୍ବଭଳି ଗାମେଲିୟା ଇନଷ୍ଟିଚ୍ୟୁଟ ସ୍ପୁଟନିକ ଲାଇଟ ଟିକାକୁ ତିଆରି କରିଛି । ପୂର୍ବରୁ କମ୍ପାନୀ ସ୍ପୁଟନିକ ଭି କରୋନା ଟିକା ତିଆରି କରିଥିଲା । ଗତବର୍ଷ ଅଗଷ୍ଟରୁ ରୁଷରେ ଏହାର ବ୍ୟବହାର କରାଯାଉଛି । ଟିକାର ଡବଲ ଡୋଜ୍‌ ନେଲେ ଜଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହା କରୋନାକୁ ମାତ ଦେବାରେ ୯୭ ଦଶମିକ ୬ ପ୍ରତିଶତ ଫଳପ୍ରଦ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ରୁଷ ସମେତ ବିଶ୍ୱର ଏକାଧିକ ରାଷ୍ଟ୍ରରେ ଏହାର ଜରୁରୀ କାଳୀନ ବ୍ୟବହାର କରାଯାଉଛି ।

ଭାରତରେ ମଧ୍ୟ ଏହାର ବ୍ୟବହାର ପାଇଁ ଅନୁମତି ମିଳିଛି । ଏବେ ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ କରୋନା ଟିକା ଆସିଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି । ଏହି ସିଙ୍ଗଲ ଡୋଜ୍‌ ଟିକାର ଦାମ ପ୍ରାୟ ୧୦ ଡଲାର ରହିଛି । ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) କହିଛି, ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ କରୋନା ଟିକା ନେବାର ୨୮ ଦିନ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.