Below header

ଆଜି ଶ୍ରାବଣ ଦ୍ୱିତୀୟ ସୋମବାର

ଭୁବନେଶ୍ବର : ଶ୍ରାବଣ ଦ୍ୱିତୀୟ ସୋମବାର ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଓମ୍ ନମଃ ଶିବାୟ ଓ ହରହର ମହାଦେବ ଧ୍ୱନିରେ କମ୍ପୁଛି ମନ୍ଦିର ପରିବେଶ । ଦେବ ଦେବ ମହାଦେବଙ୍କୁ ଜଳଲାଗି ପାଇଁ ଭିଡ଼ ଲାଗିଛି । ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ । ମହାଦେବଙ୍କୁ ଜଳଲାଗି କରିବାକୁ ହଜାର ହଜାର କାଉଡିଆଙ୍କ ଭିଡ଼ ଲାଗିଛି । ଲମ୍ବା ଲାଇନରେ ବ୍ୟାରିକେଡରେ ଆସି ମହାପ୍ରଭୁଙ୍କୁ ଜଳଲାଗି କରୁଛନ୍ତି । ରୀତିନୀତି ଅନୁସାରେ ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲିଥିଲା । ପୂଜାର୍ଚ୍ଚନା ପରେ ୫ଟାରୁ ଆରମ୍ଭ ହୋଇଥିଲା ସାହାଣମେଳା । ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ପୁରୀ ଲୋକନାଥ ମନ୍ଦିର, କୋରାପୁଟର ବାବା ଗୁପ୍ତେଶ୍ୱର, କଟକ ଆଠଗଡ଼ର ଧବଳେଶ୍ୱର, ଢେଙ୍କାନାଳ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖର ଏବଂ ଭୁବନ ବୁଦ୍ଧେଶ୍ୱର ପୀଠ ସମେତ ରାଜ୍ୟର ପ୍ରମୁଖ ଶିବ ମନ୍ଦିରଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ । ସକାଳୁ ସକାଳୁ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେହିପରି ବୋଲବମ୍ ଭକ୍ତମାନେ ଲମ୍ବା ଲାଇନରେ ଆସି ମହାଦେବଙ୍କୁ ଜଳ ଲାଗି କରୁଛନ୍ତି ।

ଭୋଳା ବାବାଙ୍କ ନାମ ଉଚ୍ଚାରଣ କରି ପ୍ରଭୁଙ୍କ ପାଖରେ ଜଳ ଲାଗି କରୁଛନ୍ତି । ବିଶ୍ୱାସ ରହିଛି, ଶ୍ରାବଣ ସୋମବାରରେ ଜଳ ଲାଗି କଲେ ମନସ୍କାମନା ପୂରଣ ହୋଇଥାଏ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଉଜ୍ଜଳେଶ୍ୱର ମନ୍ଦିରରେ କାଉଡିଆଙ୍କ ଭିଡ ଲାଗିଛି। ସକାଳୁ ସକାଳୁ ୧୦୮ ବୋଲବମ୍ ସଂଘ ଏକତ୍ରିତ ହୋଇ ଜଳଲାଗି କରିଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.