Below header

ଦ୍ୱିତୀୟ ଦିନରେ ସୁରୁଖୁରୁରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ, ୧୦ ମାସ ପରେ ବଡ଼ଠାକୁରଙ୍କୁ ଦେଖି ବିଭୋର ଭକ୍ତ

ପୁରୀ(କେ ନ୍ୟୁଜ): ଦ୍ୱିତୀୟ ଦିନରେ ସୁରୁଖୁରୁରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ । ମାର୍କେଟ ଛକରୁ ଲାଇନ୍‌ରେ ଆସି ବ୍ୟାରିକେଡ୍‌ ଦେଇ ସମସ୍ତ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ହାତକୁ ସାନିଟାଇଜର କରି ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ଦୀର୍ଘ ୧୦ ମାସ ପରେ ବଡ଼ଦେଉଳରେ ବଡ଼ଠାକୁରଙ୍କୁ ଦେଖି ବିଭୋର ହୋଇଛନ୍ତି ଭକ୍ତ । ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି ।

ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍‌ କରିବା ପାଇଁ ପ୍ରତି ରବିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.