Below header

ସାବଧାନ! ଚାହା ପିଇବା ବେଳେ ଆପଣ କରୁନାହାନ୍ତି ତ ଏହି ସବୁ ଭୁଲ୍‌? ନଚେତ୍‌ କ୍ୟାନସର ହେବାର ସମ୍ଭାବନା ବଢ଼ିଯିବ

ଶୀତଦିନେ ଲୋକେ ଚାହା ପିଇବାକୁ ବହୁତ ପସନ୍ଦ କରିଥାଆନ୍ତି। କିଛି ଲୋକ ବେଡ୍‌ ଟି’ ପିଇଥାଆନ୍ତି ତ ଆଉ କିଛି ଜଣଙ୍କର ରାତିରେ ଶୋଇବା ପୂର୍ବରୁ ଚାହା ପିଇବାର ଅଭ୍ୟାସ ଥାଏ। ସାମାନ୍ୟ ଥକ୍କାପଣ ଅନୁଭବ କଲେ ଲୋକେ ଚାହା ପିଇବାକୁ ଚାହାନ୍ତି। ମୁଣ୍ଡ ବିନ୍ଧା ହେଉ କି ଭୋକକୁ ଶାନ୍ତ କରିବାକୁ ହେଉ, କେହି କେହି ଚାହା ପିଇବାକୁ ପ୍ରାଥମିକତା ଦେଇଥାଆନ୍ତି।

ତେବେ ଏଭଳି ଅଭ୍ୟାସ ଧୀରେ ଧୀରେ ଅନେକଙ୍କର ନିଶା ସେବନ ଅଭ୍ୟାସ ଭଳି ହୋଇଯାଏ, ଯାହାକି ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ପାଇଁ ବିପଦର କାରଣ ସାଜିଥାଏ। ଅନ୍ୟପକ୍ଷରେ ଚାହା ପିଇବା ବେଳେ ଆମ ଏମିତି କିଛି ଭୁଲ୍‌ କରିବସିଥାଉ, ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ। ଆଜି ଆମେ ଆପଣଙ୍କୁ ଚାହା ପିଇବାର ତରିକା ବିଷୟରେ କହିବୁ।

୧. ସକାଳୁ ଖାଲି ପେଟରେ ଚାହା ପିଅନ୍ତୁ ନାହିଁ। ଏହାଦ୍ୱାରା ଏସିଡିଟି ବା ଗ୍ୟାସ ସମସ୍ୟା ଉପୁଜିପାରେ। ଏପରି କି, କ୍ୟାସନର ହେବାର ସମ୍ଭାବନା ମଧ୍ୟ ବଢ଼ିଯାଇଥାଏ। ତେଣୁ ଚାହା ପିଇବା ଆଗକୁ ପାଣି ନିଶ୍ଚୟ ପିଅନ୍ତୁ।

tea4

୨. କେତେକ ଲୋକ ଖାଦ୍ୟ ଖାଇବାର ତୁରନ୍ତ ପରେ ଚାହା ପିଇଥାଆନ୍ତି। କିନ୍ତୁ ଏମିତି ଅଭ୍ୟାସ ଯୋଗୁ ଶରୀରକୁ ମିଳିଥିବା ପୋଷକ ତତ୍ତ୍ୱ ଅବଶୋଷିତ ହୋଇପାରେ ନାହିଁ, ଯାହାଫଳରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଖାଦ୍ୟ ଖାଇବାର ୧ ଘଣ୍ଟା ପରେ ଚାହା ପିଅନ୍ତୁ।

୩. ରାତିରେ ଶୋଇବା ପୂର୍ବରୁ ଚାହା ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। କାରଣ, ଚାହା ପତ୍ରରେ କ୍ୟାଫିନ୍‌ର ମାତ୍ରା ଅଧିକ ଥାଏ, ଯଦ୍ଦ୍ଵାରା ଆପଣଙ୍କୁ ନିଦ ସମସ୍ୟା ଦେଖାଦେଇପାରେ।

୪. ଚାହା ତିଆରି ବେଳେ ଅନେକ ଲୋକ ଏହାକୁ ମାତ୍ରାରେ ଅଧିକ ସିଝାଇଥାଆନ୍ତି। ସେମାନେ ଭାବନ୍ତି, ଚାହା ବହୁତ ସ୍ୱାଦିଷ୍ଟ ଲାଗିବ, କିନ୍ତୁ ଆପଣ ଏମିତି ଆଦୌ କରନ୍ତୁ ନାହିଁ। ଚାହାକୁ ଅଧିକ ସିଝାଇଲେ ବା ଫୁଟାଇଲେ ଏସିଡିଟି ସମସ୍ୟା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.