Below header

ପ୍ରବଳ ବର୍ଷାରେ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା ମା’ କୁକୁଡ଼ା; ଭିଡିଓ ଦେଖିଲେ ଆପଣଙ୍କ ଆଖି ଭରିଯିବ

ଦୁନିଆର ସବୁଠୁ ସୁନ୍ଦର ଓ ଇମୋସନାଲ ଶବ୍ଦ ହେଉଛି ମା’। ଏକ ମା’ ପିଲାକୁ ଜନ୍ମ ଦେବା ସହ ତା’ ଯତ୍ନ ନେବାକୁ ନିଜ ଜୀବନକୁ ବି ବାଜି ଲଗାଇ ଦେଇଥାଏ। ଏଣୁ ମା’ଙ୍କୁ ପ୍ରଥମ ଗୁରୁ ଓ ଶେଷ ପର୍ଯ୍ୟନ୍ତ ଛୁଆର ଶୁଭଚିନ୍ତକ ବୋଲି କୁହାଯାଏ। ତେବେ କେବଳ ମଣିଷ ନୁହେଁ, ଜୀବଜନ୍ତୁଙ୍କ ମା’ ମଧ୍ୟ ପିଲାଙ୍କ ପାଇଁ ସେତିକି ଚିନ୍ତା କରିଥାନ୍ତି ଯେତିକି ଆମେ କରୁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଏକ ମା’କୁକୁଡ଼ା ନିଜ ଛୁଆଙ୍କୁ ବର୍ଷା ମାଡ଼ରୁ ରକ୍ଷା କରିବା ପାଇଁ ନିଜ ଡେଣା ମେଲାଇ ଦେଇଛି। ଏହି ଡେଣା ତଳେ ତା’ର ଛୁଆମାନେ ଠିଆ ହୋଇ ବର୍ଷାରୁ ନିଜକୁ ରକ୍ଷା କରିପାରିଛନ୍ତି। କିନ୍ତୁ ମା’ଟି ସେଠାରେ ସେମିତି ଠିଆ ହୋଇ ବର୍ଷାରେ ଓଦା ହେଉଛି। ମା’ କୁକୁଡ଼ାଟି ନିଜ ପାଇଁ ଚିନ୍ତା ନ କରି କଷ୍ଟ ହେଉଥିଲେ ବି ପିଲାଙ୍କ ପାଇଁ ଭିଜୁଛି।


ଭିଡିଓଟିକୁ ଆଇଏଫ୍‌ଏସ୍‌ ସୁଧାରମଣ ନିଜ ଟ୍ଵିଟରରେ ସେୟାର କରିଛନ୍ତି। ମାତ୍ର ଦୁଇ ଦିନ ତଳେ ସେୟାର କରାଯାଇଥିବା ଏହି ଭିଡିଓକୁ ଏବେ ଯାଏଁ ୨.୭ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ସେହିପରି ୩୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଲାଇକ୍‌ କରିଛନ୍ତି। ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓ ଦେଖି ୟୁଜରମାନେ ଇମୋସନାଲ ହୋଇ ମା’ଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଆଉ ଜଣେ ୟୁଜର ଲେଖିଛନ୍ତି, କେବଳ ମା’ ହିଁ ପିଲାଙ୍କ ପାଇଁ ଏତେ କଷ୍ଟ ସହିପାରିବ ଆଉ କେହି ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.