Below header

ଏଣିକି ରାଜ୍ୟରେ ସପ୍ତାହକୁ ୩ ଦିନ ହେବ ଟିକାକରଣ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଏଣିକି ସପ୍ତାହକୁ ୩ ଦିନ ଟିକାକରଣ। CHC ଓ PHC ଗୁଡିକରେ ୩ଦିନ ଧରି ଟିକାକରଣ ହେବ। ମଙ୍ଗଳ, ବୁଧ, ଶୁକ୍ରବାର ଓ ରବିବାର ଟିକାକରଣ ବନ୍ଦ ରହିବ। ସପ୍ତାହକ ଭିତରେ ରାଜ୍ୟକୁ ୧ଲକ୍ଷ ୪୯ହଜାର ୭୬୦ ଡୋଜ୍‌ କରୋନା ଟିକା ଆସିବ। ଏହା

କେବଳ ଭୁବନେଶ୍ୱରରେ ଦିଆଯିବ। ମେଡିକାଲ କଲେଜ ମାନଙ୍କରେ ଛୁଟି ଦିନକୁ ଛାଡି ଅନ୍ୟ ସମସ୍ତ ଦିନ ଟିକାକରଣ କାର୍ଯ୍ୟ ଜାରି ରହିବ । ଆସନ୍ତାକାଲି ୬ଟି ସେସନ୍‌ରେ ଟିକାକରଣ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.