Below header

ସବୁଠୁ ଶସ୍ତା ପ୍ଲାନ୍‌ ଲଞ୍ଚ୍‌ କଲା ରିଲାଏନ୍ସ ଜିଓ, ଏବେ ୧୧ ଟଙ୍କାରେ ମିଳିବ ପୂର୍ବ ତୁଳନାରେ ଅଧିକ ଫାଇଦା

ରିଲାଏନ୍ସ ଜିଓ ନିଜର ଏକ ଶସ୍ତା ପ୍ଲାନ୍‌ରେ କିଛି ପରିବର୍ତ୍ତନ କରିଛି। ଜିଓ ତରଫରୁ ୧୧ ଟଙ୍କିଆ ୪ଜି ଡାଟା ଭାଉଚର ପ୍ଲାନ୍‌ରେ କେତେକ ବଡ଼ ପରିବର୍ତ୍ତନ କରାଯାଇଛି। ଏହି ପ୍ଲାନ୍‌ରେ ଏବେ ଡାଟା ବେନିଫିଟ୍‌କୁ ବଢ଼ାଇଛି ଜିଓ। ଜିଓର ୧୧ ଟଙ୍କିଆ ଭାଉଚରରେ ଏବେ ୧ ଜିବି ଡାଟା ମିଳିବ। ଏହି ଡାଟା, ବେସ୍‌ ପ୍ଲାନ୍‌ର ବୈଧତା ପର୍ଯ୍ୟନ୍ତ ଚାଲିବ। ଜିଓର ଏହି ଭାଉଚରରେ ପ୍ରଥମେ ୮୦୦ MB ଡାଟା ମିଳୁଥିଲା। କିନ୍ତୁ ଏବେ ଏହି ଡାଟାକୁ ୨୦୦ MB ବଢ଼ାଇ ମୋଟ ୧ GB କରିଦିଆଯାଇଛି।

ରିଲାଏନ୍ସ ଜିଓର ଅନ୍ୟ ୪ଜି ଭାଉଚର ମଧ୍ୟରେ ୨୧ ଟଙ୍କିଆ, ୫୧ ଟଙ୍କିଆ ଓ ୧୦୧ ଟଙ୍କିଆ ଡାଟା ଭାଉଚର ମଧ୍ୟ ରହିଛି। ଜିଓର ଏହି ପ୍ଲାନ୍‌ରେ ଯଥାକ୍ରମେ- ୨ ଜିବି, ୬ ଜିବି ଓ ୧୨ ଜିବି ଡାଟା ମିଳୁଛି। ଏହି ପ୍ଲାନ୍‌, ଆପଣଙ୍କ ବର୍ତ୍ତମାନର ପ୍ଲାନ୍‌ ସରିବା ପର୍ଯ୍ୟନ୍ତ ଚାଲୁ ରହିବ। ଏସବୁ ପ୍ଲାନ୍‌ ଜିଓର ଆଡ୍‌-ଅନ୍‌ ପ୍ଲାନ୍‌ ଓ ଷ୍ଟାଣ୍ଡ ଏଲୋନ୍‌ ପ୍ଲାନ୍‌ ଭଳି କାମ କରିବ ନାହିଁ।

ଜିଓ ଏବେ ଗ୍ରାହକଙ୍କୁ ଅନେକ ଲୋଭନୀୟ ଷ୍ଟାଣ୍ଡ ଏଲୋନ୍‌ ପ୍ଲାନ୍‌ ମଧ୍ୟ ଦେଇଛି। ଏହି ପ୍ଲାନ୍‌ ମଧ୍ୟରେ ୧୫୧ ଟଙ୍କିଆ, ୨୦୧ ଟଙ୍କିଆ ଓ ୨୫୧ ଟଙ୍କିଆ ପ୍ଲାନ୍‌ ବି ରହିଛି। ଜିଓର ଏସବୁ ପ୍ଲାନ୍‌ ‘ଓ୍ଵାର୍କ ଫ୍ରମ୍‌ ହୋମ୍‌’ ଡାଟା ପ୍ଲାନ୍‌ କାଟାଗୋରୀରେ ଆସୁଛି। ଜିଓର ୧୫୧ ଟଙ୍କିଆ ପ୍ଲାନ୍‌ରେ ୩୦ ଜିବି ଡାଟା ମିଳୁଛି। ସେହିପରି ୨୯୧ ଟଙ୍କିଆ ପ୍ଲାନ୍‌ରେ ୪୦ ଜିବି ଓ ୨୫୧ ଟଙ୍କିଆ ପ୍ଲାନ୍‌ରେ ୫୦ ଜିବି ଡାଟା ମିଳୁଛି। ଏହାର ବୈଧତା ୩୦ ଦିନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.