Below header

କ୍ରିକେଟର ଦୀପକ ହୁଡ୍ଡାଙ୍କୁ ନିଲମ୍ବିତ କଲା ଭଡୋଦରା କ୍ରିକେଟ ଆସୋଏସିସନ, ଦଳରେ ଏମିତି କାର୍ଯ୍ଯ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ

ଭଡୋଦରା କ୍ରିକେଟ ଆସୋସିଏସନ କ୍ରିକେଟର ଦୀପକ ହୁଡ୍ଡାଙ୍କୁ ନିଲମ୍ବିତ କରିଛି। ହୁଡ୍ଡାଙ୍କ ଅନୁଶାସନହୀନତା ଏବଂ ଖେଳରେ ଅପମାନଜିନତ ମନୋଭାବକୁ ନେଇ ଘରୋଇ ସିଜିନରୁ ବାଦ୍ ଦିଆଯାଇଛି। ହୁଡ୍ଡାଙ୍କ ଏପରି ମନୋଭାବରେ କିଛି ସଦସ୍ଯ ବିରୋଧ କରିବା ପରେ ପରିଷଦ ଦ୍ବାରା ଏହି ନିଷ୍ପତ୍ତି ନିଆଯାଇଛି। ହୁଡ୍ଡା ଦଳର ଅଧିନାୟକ କୁନାଲ ପାଣ୍ଡ୍ଯାଙ୍କ ସହିତ ର୍ଦୁବ୍ଯବହାର ଏବଂ ଶିବିର ଛାଡି ଚାଲିଯାଇଥିଲେ। ଏହାପରେ ଦୀପକଙ୍କୁ ସୈୟଦ ମୁସ୍ତାଫା ଅଲ୍ଲୀ ଟି-୨୦ ଟୁର୍ନାମେଣ୍ଟରୁ ବାଦ୍ ଦିଆଯାଇଛି।

ଏହାକୁ ନେଇ ଭଡୋଦରା କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ସତ୍ଯଜିତ ଗାଏକ୍ବାଡ କହିଛନ୍ତି, ଶୀର୍ଷ ପରିଷଦ ଯାହା ନିଷ୍ପତ୍ତି ନିଆଯାଇଛି, ସେହି ଅନୁଯାୟୀ ହୁଡ୍ଡାଙ୍କୁ ଭଡୋଦରାର କୌଣସି ଟିମର ପ୍ରତିନିଧିତ୍ବ କରିବାକୁ ଦିଆଯିବନି। ଟିମ୍ ମ୍ଯାନେଜର ଏବଂ କୋଚଙ୍କ ସହିତ ଏହି ଘଟଣା ବିଷୟରେ ରିପୋର୍ଟ ସହିତ ହୁଡ୍ଡାଙ୍କ କଥାବାର୍ତ୍ତା ପରେ ନିଷ୍ପତ୍ତି ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.