IPL ପାଇଁ ବିସିସିଆଇକୁ ୬ ଜଣ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

କଟକ(କେ ନ୍ୟୁଜ): ପୁଣି IPLରେ ଚମକିବେ ଓଡ଼ିଆ ଖେଳାଳି । ୬ ଜଣ ଓଡ଼ିଆ ଖେଳାଳି ଆଇପିଏଲ ନିଲାମରେ ସାମିଲ ହେବେ । ବିସିସିଆଇକୁ ୬ ଜଣଙ୍କ ନାଁ ସୁପାରିଶ କରିଛି ଓସିଏ । ଆଗାମୀ ଆଇପିଏଲ ନିଲାମରେ ସାମିଲ ହେବା ନେଇ ସୂଚନା ଦେଇଛି ଓସିଏ । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ପପୁ ରାୟ, ରାଜେଶ ମହାନ୍ତି, ଗୌରବ ଚୌଧୁରୀ, ତାରିଣୀ ସ’ ।

ରାଜେଶ ଧୂପର ଓଡ଼ିଶା ଟିମରେ ଓ୍ଵିକେଟ କିପର ଭାବେ ଖେଳୁଛନ୍ତି । ରାଜେଶ ମହାନ୍ତି ଓ ପପୁ ରାୟ, ତାରିଣୀ ସ’ ବୋଲର ଭାବେ ଓଡ଼ିଶା ଟିମରେ ଖେଳୁଛନ୍ତି । ଗୌରବ ଚୌଧୁରୀ, ଶୁଭ୍ରାଂଶୁ ସେନାପତି ବ୍ୟାଟସମ୍ୟାନ ଭାବେ ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.