Below header

ଦେଖନ୍ତୁ ଭିଡିଓ: ୧.୨ କୋଟିର ମର୍ସିଡିଜ୍‌ରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ, ହଠାତ୍‌ ଲାଗିଗଲା ନିଆଁ, ଆଉ ତା’ପରେ…

ସୋସିଆଲ ମିଡିଆରେ ମର୍ସିଡିଜ୍‌ ଗାଡ଼ିର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଅଷ୍ଟ୍ରେଲିଆର ୨୫ ବର୍ଷୀୟ ଜଣେ ଯୁବକ ନିଜ ମର୍ସିଡିଜ୍‌ ବେଞ୍ଜକୁ ନେଇ ଦର୍ଶକଙ୍କ ସାମ୍ନାରେ ଷ୍ଟଣ୍ଟ କରୁଥିଲେ। ବର୍ଣ୍ଣଆଉଟ୍‌ କରୁଥିବା ବେଳେ ତାଙ୍କ କାର୍‌ରେ ନିଅାଁ ଲାଗିଯାଇଥିଲା ଏବଂ ଏହି ଘଟଣା ସେଠାରେ ଉପସ୍ଥିତ ଲୋକଙ୍କୁ ଆତଙ୍କିତ କରିପକାଇଥିଲା। ମର୍ସିଡିଜ୍‌ରେ ବସିଥିବା ଗାଡ଼ି ମାଲିକଙ୍କ ସହ ଚାଳକ ମଧ୍ୟ କାର୍‌ ଭିତରୁ ବାହାରିବା ପାଇଁ ଡହଳବିକଳ ହୋଇଥିଲେ। ତେବେ ଖବର ମୁତାବକ, କାର୍‌ରେ ନିଅାଁ ଲାଗିଯିବାର ଦେଖି ଲୋକେ ଦମକଳ ଅଫିସକୁ କଲ୍‌ କରିଥିଲେ, କିନ୍ତୁ ଦମକାଳ ବାହିନୀ ପହଞ୍ଚିବା ବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା।

ଅନ୍ୟପକ୍ଷରେ କାର୍‌ ମାଲିକ ଏବଂ ଚାଳକ ସୁରକ୍ଷିତ ଭାବେ ବାହାରି ଆସିବାରେ ସଫଳ ହୋଇଛନ୍ତି। ନିଅାଁ ଲାଗିଥିବା ଏହି ଦାମୀ ମର୍ସିଡିଜ୍‌ର ଦାମ୍‌ ୧,୭୦,୦୦୦ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରା ହିସାବରେ ୧.୨ କୋଟି ଟଙ୍କା। ଏହି ଘଟଣା ସିଡ୍‌ନୀରେ ଘଟିଛି। ରିପୋର୍ଟ ମୁତାବକ, ଏକ ବିବାହ ସମାରୋହ ବାହାରେ ଘଟଣାଟି ଘଟିଛି। କାର୍‌ ମାଲିକ Jean Pierre Mouawad ଏବଂ ତାଙ୍କ ଚାଳକଙ୍କୁ ବେପାରୁଆ ଢ଼ଙ୍ଗରେ ଗାଡ଼ି ଚଳାଇବା ଅଭିଯୋଗରେ କୋର୍ଟ ନୋଟିସ୍‌ ଜାରି କରାଯାଇଛି। ସେମାନେ ଆସନ୍ତା ୧୧ ମାର୍ଚ୍ଚରେ ବ୍ୟାଙ୍କଷ୍ଟାଉନ୍‌ ଲୋକାଲ କୋର୍ଟରେ ହାଜର ହେବେ।

video courtesy: Auburn 2144

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.