Below header

ଆଜିଠୁ ରାଜ୍ୟରେ ବୁଲିବ ଜଗନ୍ନାଥ ରଥ, ପରିକ୍ରମା ପ୍ରକଳ୍ପ ପାଇଁ ସଂଗ୍ରହ କରାଯିବ ଚାଉଳ ଓ ଗୁଆ

ଶେଷ ପର୍ଯ୍ୟାୟରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଆଜିଠୁ ଗଡ଼ିଛି ଶ୍ରୀ ଜଗନ୍ନାଥ ପରିକ୍ରମା ରଥ। ଲୋକାର୍ପଣ ଉତ୍ସବକୁ ଆହୁରି ଭବ୍ୟ ଓ ଦିବ୍ୟ କରିବା ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲା ଓ ପଞ୍ଚାୟତରେ ଶ୍ରୀଜଗନ୍ନାଥ ରଥ ପରିକ୍ରମା କରିବ । ଘର ଘର ବୁଲି ଗୁଆ ଓ ଚାଉଳ ସଂଗ୍ରହ କରାଯାଇ ଶ୍ରୀକ୍ଷେତ୍ରକୁ ପଠାଯିବ।

ପୁରୀ (କେନ୍ୟୁଜ): ଶେଷ ପର୍ଯ୍ୟାୟରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଆଜିଠୁ ଗଡ଼ିଛି ଶ୍ରୀ ଜଗନ୍ନାଥ ପରିକ୍ରମା ରଥ । ଲୋକାର୍ପଣ ଉତ୍ସବକୁ ଆହୁରି ଭବ୍ୟ ଓ ଦିବ୍ୟ କରିବା ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲା ଓ ପଞ୍ଚାୟତରେ ଶ୍ରୀଜଗନ୍ନାଥ ରଥ ପରିକ୍ରମା କରିବ । ଘର ଘର ବୁଲି ଗୁଆ ଓ ଚାଉଳ ସଂଗ୍ରହ କରାଯାଇ ଶ୍ରୀକ୍ଷେତ୍ରକୁ ପଠାଯିବ। ପିଇଓ ଓ ଜିଆରଏସ୍ ମାନେ ପଞ୍ଚାୟତରେ ନୋଡାଲ ଅଧିକାରୀ ଭାବେ ଏହି ଦାୟିତ୍ଵ ନିର୍ବାହ କରିବେ । ସାହିରୁ ଗଳିକନ୍ଦି, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବେ ସଂକୀର୍ତ୍ତନ ମଣ୍ଡଳୀ ।

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଆସିବେ ନିମନ୍ତ୍ରିତ ଅତିଥି । ଦେଶର ୬୦ ଓ ରାଜ୍ୟର ୩୦ ସ୍ଥାନରୁ ଆସିବେ ଅତିଥି।  ୧୨ତାରିଖରୁ ୬ଦିନ ବ୍ୟାପୀ ଚାରିଦ୍ବାରରେ ବେଦପାଠ, ନାମ ସଂକୀର୍ତ୍ତନ ସହ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ମହାଯଜ୍ଞର ଆୟୋଜନ ହେବ । ୧୧ତାରିଖ ସଂଧ୍ୟା ସୁଦ୍ଧା ପରିକ୍ରମା ପ୍ରକଳ୍ପକୁ ନିଜ ହାତକୁ ନେବ ଶ୍ରୀମନ୍ଦିର ପ୍ରଶାସନ । ୧୪ତାରିଖରୁ ଲୋକାର୍ପଣ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବ ପୁରୀ ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.