Below header

BEL ରେ ଖାଲିପଡିଛି ଅନେକ ପଦବୀ, ଡିପ୍ଲୋମା ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ(BEL) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଆବେଦନ ଅନୁଯାୟୀ ଅପାରଣ୍ଟିସ ପଦବୀ ପାଇଁ ଅଫିସିଆଲ ସାଇଟ nats.education.gov.in କୁ ଯାଇ ଆବେଦନ କରିପାରିବେ ।

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ(BEL) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଆବେଦନ ଅନୁଯାୟୀ ଅପାରଣ୍ଟିସ ପଦବୀ ପାଇଁ ଅଫିସିଆଲ ସାଇଟ nats.education.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୫ ଜାନୁଆରୀ ୨୦୨୪ ରହିଛି ।

ପଦବୀ ବିବରଣୀ : ୧୧୫

ମେକାନିକାଲ ଇଂଜିନିୟରିଂ : ୩୦
କମ୍ପ୍ୟୁଟର ଇଂଜିନିୟରିଂ ୧୫
ଟେଲିକମ୍ୟୁନିକେସନ ଇଂଜିନିୟରିଂ : ୩୦
ସିଭିଲ ଇଂଜିନିୟରିଂ : ୨୦
ମଡର୍ନ ଅଫିସ ମ୍ୟାନେଜମେଣ୍ଟ : ୨୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ଜାନୁଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ଫିଲ୍ଡିରେ ଡିପ୍ଲୋମା ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ସମାନ୍ୟ ବର୍ଗ ପ୍ରାର୍ଥୀଙ୍କ ବୟସ ୨୩ ବର୍ଷ ହେବା ଜରୁରୀ । ସେହିପରି ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଅନୁସୂଚିତ ଜାତି/ଜନଜାତି/ PWD ପ୍ରାର୍ଥୀଙ୍କୁ ୫ ବର୍ଷ ବୟସ ସୀମାରେ ଛାଡ୍‌ ମିଳିବ ।

ଷ୍ଟାଇପେଣ୍ଡ : ଚୟନିତ ପ୍ରାର୍ଥୀଙ୍କୁ ୧୨, ୫୦୦ ଟଙ୍କା ପ୍ରତିମାସକୁ ମିଳିବ ।

କେମିତି ହେବ ଚୟନ : ଏହି ଭର୍ତ୍ତି ପାଇଁ ଚୟନ ଶିକ୍ଷାଗତ ଯୋଗ୍ୟତା ଆଧାରରେ ସର୍ଟଲିଷ୍ଟ କରାଯିବ । ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ ତିଆରି କରି ଅଫିସିଆଲ ସାଇଟରେ ନାଁ ଜାରି କରାଯିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.