ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ପରେ ଘରୋଇ ହସ୍ପିଟାଲରେ ଉତ୍ତେଜନା, ମୃତଦେହ କିଏ ନେବ ତାହା ପୋଲିସ କହିବ

ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା । ମୃତଦେହ କିଏ ନେବ ତାହା ପୋଲିସ ନିଷ୍ପତ୍ତି ନେବ । ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ମୃତଦେହ ହସ୍ତାନ୍ତର କରିବେ । ପୋଲିସ ଡିଏନଏ ଟେଷ୍ଟ ପାଇଁ କହିଲେ କରିବୁ ବୋଲି କହିଛନ୍ତି ଘରୋଇ ହସ୍ପିଟାଲ ସିଇଓ ।

ଭୁବନେଶ୍ୱର (କେନ୍ୟୁଜ): ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା । ମୃତଦେହ କିଏ ନେବ ତାହା ପୋଲିସ ନିଷ୍ପତ୍ତି ନେବ । ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ମୃତଦେହ ହସ୍ତାନ୍ତର କରିବେ । ପୋଲିସ ଡିଏନଏ ଟେଷ୍ଟ ପାଇଁ କହିଲେ କରିବୁ ବୋଲି କହିଛନ୍ତି ଘରୋଇ ହସ୍ପିଟାଲ ସିଇଓ । ପୂର୍ବରୁ ପରିଚୟ ଦ୍ବନ୍ଦ୍ବକୁ ନେଇ ଦିଲ୍ଲୀପଙ୍କ ଦୁଇ ଦୁଇଥର ମୃତ୍ୟୁ ହୋଇଥିଲା ।

ଗତ ରବିବାର ଦିନ ଦିଲୀପଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାରକୁ ଜଣାଇବା ପରେ ଶବ ହସ୍ତାନ୍ତର କରାଯାଇଥିଲା । ତାଙ୍କର ଦାହ ସଂସ୍କାର ମଧ୍ୟ କରାଗଲା । ଦିଲୀପଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପତ୍ନୀ ସୌମ୍ୟାଶ୍ରୀ ଆତ୍ମହତ୍ୟା କରି ଦେଲେ । ଏପଟେ ଶୁକ୍ରବାର ରାତିରେ ଜଣାପଡ଼ିଲା କି ଦିଲୀପ ବଞ୍ଚିଛନ୍ତି । ଯାହାକୁ ନେଇ ହସପିଟାଲରେ ତୁମୁଳ କାଣ୍ଡ ସୃଷ୍ଟି ହୋଇଥିଲା । କାରଣ ସାଂଘାତିକ ତ୍ରୁଟି କରି ହସପିଟାଲ ପକ୍ଷରୁ ଆଉ ଜଣଙ୍କର ଶବ ଦିଲୀପଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ପରେ ଜଣାପଡ଼ିଥିଲା ସେହି ଶବ ଦିଲୀପଙ୍କର ନୁହେଁ ଅନ୍ୟ ଜଣେ ଆହତ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କର ଥିଲା ।

ସେପଟେ ଜ୍ୟୋତି ରଞ୍ଜନଙ୍କ ପରିବାର ଅଡ଼ି ବସିଛନ୍ତି କି ଯଦି ଜ୍ୟୋତିଙ୍କର ମୃତ୍ୟୁ ହୋଇଛି ତେବେ ତାଙ୍କ ମୃତଦେହ ସେମାନଙ୍କୁ ଦିଆଯାଉ । ହସପିଟାଲେ ବିସ୍ଫୋରଣରେ ଉଜୁଡ଼ି ଯାଇଛି ଦୁଇ ପରିବାର । ପୁରୀ ଜିଲ୍ଲା ହରିରାଜପୁର ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଛି । ସେହିପରି ଜ୍ୟୋତି ରଞ୍ଜନଙ୍କ ଘର କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ବ୍ରାହ୍ମଣସାଇଲୋ ଗାଁର । ଗତ ୩୦ ତାରିଖରେ ଜ୍ୟୋତିରଂଜନଙ୍କ ମୃତ୍ୟୁ ଘଟିଥିଲା । ବିସ୍ଫୋରଣ ଘଟଣାରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି । ଦିଲୀପ ଓ ଜ୍ୟୋତି ରଞ୍ଜନଙ୍କ ସମେତ ଶ୍ରୀତମ ସାହୁ ମୃତ୍ୟୁ ବରଣ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.