ମଝି ଆକାଶରେ ଉଡିଗଲା ବିମାନର ଝରକା ଓ କବାଟ, କରାଗଲା ଜରୁରୀ ଅବତରଣ

ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନ ଉଡାଣ କରିବାର କିଛି ସମୟ ପରେ ଉଡିଗଲା ବିମାନର ଝରକା ଏବଂ କବାଟ । ବିମାନର ଝରକା ଓ କବାଟ ଉଡିଯାଇଥିବା ଏକ ଭିଡିଓ ଜଣେ ଯାତ୍ରୀ ସେୟାର କରିଛନ୍ତି । ଅପରାହ୍ଣ ୪.୫୨ରେ ବିମାନଟି ପୋର୍ଟଲାଣ୍ଡରୁ କାଲିଫର୍ଣ୍ଣିଆ ଅନ୍ତର୍ଗତ ଅଣ୍ଟାରିଓ ଅଭିମୁଖେ ଯାତ୍ରା କରୁଥିଲା ।

ମଝି ଆକାଶରେ ଉଡିଗଲା ବିମାନର ଝରକା ଏବଂ କବାଟ । ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନ ଉଡାଣ କରିବାର କିଛି ସମୟ ପରେ ଏଭଳି ଘଟଣା ଘଟିବା ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନର ଝରକା ଓ କବାଟ ଉଡିଯାଇଥିବା ଏକ ଭିଡିଓ ଜଣେ ଯାତ୍ରୀ ସେୟାର କରିଛନ୍ତି । ଅପରାହ୍ଣ ୪.୫୨ରେ ବିମାନଟି ପୋର୍ଟଲାଣ୍ଡରୁ କାଲିଫର୍ଣ୍ଣିଆ ଅନ୍ତର୍ଗତ ଅଣ୍ଟାରିଓ ଅଭିମୁଖେ ଯାତ୍ରା କରୁଥିଲା ।


ଆଲସ୍କା ଏୟାରଲାଇନ୍ସ ଏକ୍ସରେ ପୋଷ୍ଟ କରି କହିଛି, ‘ପୋର୍ଟଲାଣ୍ଡରୁ ଆଣ୍ଟାରିୟୋ ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ପରେ ପରେ ଆଜି ସନ୍ଧ୍ୟାରେ ‘ଏଏସ୍୧୨୮୨’ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୭୧ଜଣ ଯାତ୍ରୀ ଓ ୬ଜଣ ପରିଚାରକ ଥିବା ଉକ୍ତ ବିମାନଟି ନିରାପଦରେ ଫେରିଆସି ପୋର୍ଟଲାଣ୍ଡ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି । ଘଟଣା ସଂକ୍ରାନ୍ତରେ ଆମେ ତଦନ୍ତ କରୁଛୁ । ଯାହା ସୂଚନା ମିଳିବ ତୁରନ୍ତ ଆପଣମାନଙ୍କୁ ଅବଗତ କରାଇବୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.