Below header

ସୁଯୋଗ ପାଇ ଛେଳିକୁ ମାଡ଼ି ବସିଲା ବାଘ, ଜଙ୍ଗଲ ଯିବାକୁ ଭୟ କଲେଣି ଗାଁ ଲୋକେ

ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ଜଙ୍ଗଲକୁ ଛେଳି ଓ ଗାଈ ଚରାଇବାକୁ ଯାଇଥିବା ସମୟରେ ଛକି ବସିଥିଲା ବାଘ । ଆଉ ସୁଯୋଗ ପାଇ ଏକ ଛେଳିକୁ ଆକ୍ରମଣ କରିଥିଲା ।

ଜଙ୍ଗଲର ଟିକେ ଭିତରକୁ ଗଲେ ମନରେ ଡର ଆସେ । କାହିଁକି ନା ଜଙ୍ଗଲରେ ବାଘ ଭାଲୁ ଭଳି ହିଂସ୍ର ଜନ୍ତୁ ରହିଥାନ୍ତି । ଆଉ ଯଦି ଏମାନଙ୍କ ସାମ୍ନାରେ ଗାଇ, ଛେଳି କି ମଣିଷ କେହି ବି ପଡ଼ିଲେ ତା ଜୀବନ ଗଲା । ସମାନ ଭାବେ ଜଙ୍ଗଲରେ ବାଘ ବୁଲୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ଜଙ୍ଗଲକୁ ଛେଳି ଓ ଗାଈ ଚରାଇବାକୁ ଯାଇଥିବା ସମୟରେ ଛକି ବସିଥିଲା ବାଘ । ଆଉ ସୁଯୋଗ ପାଇ ଏକ ଛେଳିକୁ ଆକ୍ରମଣ କରିଥିଲା । ଛେଳି କୁ ଟାଣି ଟାଣି ନେଇ ଜଙ୍ଗଲ ଭିତରକୁ ପଳାଇଥିଲା । ବାଘଟି ଛେଳିକୁ ଏପରି ଖାଇଛି ଯେ ଛେଳି ଶରୀରର ଆଉ କିଛି ବାକି ନାହିଁ ।

ଏଭଳି ଅଭାବନୀୟ ଘଟଣା ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳ ଶିକୁଳିପଦର ପଞ୍ଚାୟତ ଭାଲିଆଗଣି ଗାଁରେ ଦେଖିବାକୁ ମିଳିଛି । ଏହି ଗାଁକୁ ଲାଗିଥିବା ପାଖ ଜଙ୍ଗଲରେ ବାଘ ବୁଲୁଛି । ଏକ ଛେଳି କୁ ବାଘଟି ମାରି ଖାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗୁରୁବାର ଦିନ ଗାଁ ନିକଟସ୍ଥ ବଡ଼ ଡ଼ଙ୍ଗା ପାହାଡ଼କୁ କିଛି ଲୋକ ଛେଳି ଚରାଇବା ପାଇଁ ଯାଇଥିଲେ । ତେବେ ସେଥିରୁ ଗୋଟିଏ ଛେଳି ନିଖୋଜ ଥିବା ଜଣାପଡିବା ପରେ ଗ୍ରାମବାସୀ ଜଙ୍ଗଲକୁ ଯାଇ ଛେଳି ଖୋଜିବା ଆରମ୍ଭ କରିଥିଲେ । ପଥର ଚଟାଣ ଉପରେ ଛେଳିର ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖାଯାଇଥିଲା । ଏନେଇ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେଵେ ଲଖାରୀ ଅଭୟାରଣ୍ୟ କୁ ଉକ୍ତ ଜଙ୍ଗଲ ଟି ଲାଗି ରହିଥିବା ଯୋଗୁଁ କଲରାପତରିଆ ବାଘ ଉକ୍ତ ଛେଳିଟିକୁ ଆକ୍ରମଣ କରି ମାରିଖାଇଥିବା ସନ୍ଦେହ କରାଯାଉଛି ।

ବାଘ ଭୟରେ ଲୋକେ ଜଙ୍ଗଲକୁ ଜାଳେଣି ଓ ବନ୍ୟଜାତ ଦ୍ରବ୍ୟ ଆଣିବାକୁ ଯିବା ଛାଡିଦେଲେଣି । ଲୋକେ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ବାଘ ଏପରି ଛେଳିକୁ ଆକ୍ରମଣ କରିବା ପରେ ଲୋକମାନେ ଭୟଭୀତ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.