Below header

ଜୀବନ ମରଣ ସହ ଲଢେଇ କରୁଛନ୍ତି ଆଶାୟୀ ଯବାନ, ପୁଅକୁ ବଞ୍ଚାଇ ଦେବା ପାଇଁ ମା’ର ଆକୁଳ ନିବେଦନ

ଶଯ୍ୟାରେ ପୁଅକୁ ଦେଖି ମା’ ଆଖିରେ ଆଖିଏ ଲୁହ। କୀଡନି ଟ୍ରାନ୍ସପ୍ଲାଣ୍ଟ ନହେଲେ ଚାଲିଯିବ ତା ଜୀବନ।

ନୟାଗଡ଼(କେନ୍ୟୁଜ):  ମୋ ପିଲା ସିରିୟସ ହେଇଗଲାଣି, ଦିନକୁ ଦିନ ତା ଅବସ୍ଥା ବିଗିଡିବାକୁ ଲାଗିଲାଣି, ପାଖରେ ଟଙ୍କାଟେ ବି ନାହିଁ, ମୋ ପିଲାକୁ କେମିତି ବଞ୍ଚାଇବି । କିଏ ତ ଟିକେ ସାହାଯ୍ୟ କର ମୋ ପୁଅକୁ ବଞ୍ଚେଇଦିଅ । ଦିନେ ଦେଶର ସେବା କରିବା ପାଇଁ ସ୍ବପ୍ନ ଦେଖୁଥିଲା ପୂଅ । ହେଲେ ଆଜି ସେ ନିଜ ଜୀବନ ବଞ୍ଚାଇବା ପାଇଁ ଲଢେଇ କରୁଛି । ଶଯ୍ୟାରେ ପୁଅକୁ ଦେଖି ମା’ ଆଖିରେ ଆଖିଏ ଲୁହ। କୀଡନି ଟ୍ରାନ୍ସପ୍ଲାଣ୍ଟ ନହେଲେ ଚାଲିଯିବ ତା ଜୀବନ। ଆଉ ଏଥିପାଇଁ ଦରକାର ୧୦ରୁ ୧୫ ଲକ୍ଷ ଟଙ୍କା । ଜୀବନ ମରଣ ସହ ଲଢେଇ କରୁଥିବା ଇଏ ହେଉଛନ୍ତି ଅଭିଜିତ ମିଶ୍ର। ବୟସ ୨୪ ବର୍ଷ। ନୟାଗଡ଼ ଅରବିନ୍ଦ ନଗରରେ ରୁହନ୍ତି । ନିଜ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ଧାରକୋଟ ଗାଁରେ। ଏହି ଗାଁର ସୁରେନ୍ଦ୍ର କୁମାର ମିଶ୍ରଙ୍କ ପୁଅ ଅଭିଜିତ ମିଶ୍ର । ଯବାନ ହୋଇ ଦେଶମାତୃକାର ସେବା କରିବା ପାଇଁ ପ୍ରସ୍ତୁତ ହେଉଥିଲେ ହେଲେ ନିଜ ଜୀବନ ପାଇଁ ଲଢେଇ କରୁଛନ୍ତି।

ଅଭିଜିତଙ୍କ ବାପା ପୂଜକ ଭାବେ କାର୍ଯ୍ୟ କରନ୍ତି। ଗରିବ ପରିବାର । ଦେଶ ମାତୃକାର ସେବା କରିବା ପାଇଁ ସ୍ବପ୍ନ ଦେଖିଥିଲେ ଅଭିଜିତ । ୨୦୧୯ ମସିହାରୁ +3 ପାଠପଢା ସାରିବା ପରେ ଆର୍ମିରେ ସେନା ଭାବେ ଯୋଗଦେବା ପାଇଁ ଇଛା କରିଥିଲେ। ଏଥିପାଇଁ ସମସ୍ତ ପ୍ରସ୍ତୁତି କରି ଅନେକ ପରୀକ୍ଷା ବି ଦେଇଛନ୍ତି। ହେଲେ ୨୦୨୩ ମସିହା ଜାନୁଆରୀ ମାସରେ ହଠାତ ଦେହ ଅସୁସ୍ଥ ହେବା ପରେ ଜଣାପଡିଲା କିଡ଼ନୀ ଖରାପ । କିଛି ମାସ ପରେ ୨ଟି ଯାକ କିଡ଼ନୀ ସମ୍ପୂର୍ଣ୍ଣ ନଷ୍ଟ ବୋଲି ଡାକ୍ତର କହିଲେ । ଜୀବନ ବଞ୍ଚାଇବା ପାଇଁ ହେଲେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ । ହେଲେ ଏଥିପାଇଁ ଦରକାର ୧୦ ରୁ ଚ ଲକ୍ଷ । ଏତେ ଟଙ୍କା ଖର୍ଚ୍ଚ କରିବା ପରିବାର ଲୋକଙ୍କ ପକ୍ଷେ ଅସମ୍ଭବ ।

jawan

ଅଭିଜିତଙ୍କ ରାସନ କାର୍ଡ ନଥିବାରୁ ସରକାରୀ ସୁବିଧା ଓ ସୁଯୋଗରୁ ବଞ୍ଚିତ । ଏବେ ତାଙ୍କର ଭଞ୍ଜନଗର ଠାରେ ଡାଏଲିସିସି ଚାଲିଥିବା ବେଳେ ତୁରନ୍ତ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ। ସରକାରୀ ଭାବରେ ସାହାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ କହିଛନ୍ତି । ହେଲେ କେହି ବଦାନ୍ୟ ବ୍ୟକ୍ତିଙ୍କ ସାହାର୍ଯ୍ୟ ନିହାତି ଆବଶ୍ୟକ।

ଯଦି କେହି ତାଙ୍କୁ ସହାୟତାର ହାତ ବଢାଇବାକୁ ଚାଁହୁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରିପାରିବେ

ନାମ – ଅଭିଜିତ ମିଶ୍ର
ରହୁଥିବା ସ୍ଥାନ – ଅରବିନ୍ଦ ନଗର, ନୟାଗଡ଼
ନିଜ ଘର – ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ଧାରକୋଟ ଗାଁ

ଯୋଗାଯୋଗ ଓ Phone Pay ନମ୍ବର –

7326858838 – ଅଭିଜିତ ମିଶ୍ର
7978288750 – ଅଭିଜିତଙ୍କ ଭଉଣୀ,ନିଶିପଦ୍ମା ମିଶ୍ର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.