ଶରୀର ଅପେକ୍ଷା ଶିଶୁର ମୁଣ୍ଡ ଅଧିକ ଗରମ ରହୁଛି କି ? ଜାଣନ୍ତୁ ଏହାର କାରଣ

ନବଜାତ ଶିଶୁମାନେ ଅତ୍ୟନ୍ତ ସୂକ୍ଷ୍ମ ଏବଂ ସେମାନଙ୍କର ଶରୀର ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥାଏ । ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଉଚିତ । ତେବେ ମା’ ମାନେ ପ୍ରାୟତଃ ଅଭିଯୋଗ କରନ୍ତି ଯେ ସେମାନଙ୍କ ଶିଶୁର ମୁଣ୍ଡ ତାଙ୍କ ଶରୀର ଅପେକ୍ଷା ଗରମ ରହିଥାଏ ।

ଗୋଟିଏ ନବଜାତ ଶିଶୁ ଜନ୍ମ ହେବାର କିଛି ମାସ ପର୍ଯ୍ୟନ୍ତ ପିତାମାତାଙ୍କ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଯେହେତୁ ନବଜାତ ଶିଶୁମାନେ ଅତ୍ୟନ୍ତ ସୂକ୍ଷ୍ମ ଏବଂ ସେମାନଙ୍କର ଶରୀର ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥାଏ । ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଉଚିତ । ତେବେ ମା’ ମାନେ ପ୍ରାୟତଃ ଅଭିଯୋଗ କରନ୍ତି ଯେ ସେମାନଙ୍କ ଶିଶୁର ମୁଣ୍ଡ ତାଙ୍କ ଶରୀର ଅପେକ୍ଷା ଗରମ ରହିଥାଏ । ଏହାକୁ ନେଇ ଅନେକ ଥର ମାଆମାନେ ଏ ବିଷୟରେ ଚିନ୍ତିତ ହୋଇ ନିଜ ପିଲାଙ୍କୁ ଡକ୍ତରଙ୍କ ନିକଟକୁ ନେଇଯାଆନ୍ତି । ଯଦି ଆପଣ ମଧ୍ୟ ଆପଣଙ୍କ ପିଲାଙ୍କ ମୁଣ୍ଡ ଗରମ ହେବା ଯୋଗୁ ଚିନ୍ତିତ ରହୁଛନ୍ତି, ତେବେ ଆସନ୍ତୁ ଆମେ ଆଜି ଏହି ବିଷୟରେ କିଛି ବିଶେଷ କଥା ଉପରେ ଆଲୋଚନା କରିବା । ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଶିଶୁର ମୁଣ୍ଡ ଗରମ କ’ଣ ପାଇଁ ରହିଥାଏ ।

ପ୍ରାୟତଃ ଯେତେବେଳେ ଗୋଟିଏ ନବଜାତ ଶିଶୁର ମୁଣ୍ଡ ଅତ୍ୟଧିକ ଗରମ ହୋଇଯାଏ, ସେତେବେଳେ ଲୋକମାନେ ତାକୁ ନେଇ ଚିନ୍ତା କରିବାକୁ ଲାଗନ୍ତି ଯେ ଶିଶୁର ଦେହ ଅସୁସ୍ଥ ଅଛି ବୋଲି । କିନ୍ତୁ ଏହାକୁ ନେଇ ଶିଶୁ ବିଶେଷଜ୍ଞମାନେ କହିଛନ୍ତି ଯେ ନବଜାତ ଶିଶୁର ମୁଣ୍ଡ ଶରୀରର ଅନ୍ୟ ଅଂଶ ଅପେକ୍ଷା ଗରମ ହେବା ସ୍ୱାଭାବିକ । ତେବେ ପିତାମାତା ଏହା ବିଷୟରେ ଅତ୍ୟଧିକ ଚିନ୍ତା କରିବା ଉଚିତ୍ ନୁହେଁ । ଏହାକୁ ନେଇ ଡକ୍ତରମାନେ କହିଛନ୍ତି ଯେ ନବଜାତ ଶିଶୁର ମୁଣ୍ଡ ଶରୀରର ଅନ୍ୟ ଅଂଶ ଅପେକ୍ଷା ଅଧିକ ଗରମ ହେବାର ଏକ ବିଶେଷ କାରଣ ରହିଛି । ତେବେ ସୂଚନା ମୁତାବକ, ନବଜାତ ଶିଶୁର ମୁଣ୍ଡ ଶରୀରର ଅନ୍ୟ ଅଂଶ ଅପେକ୍ଷା ଅଧିକ ଗରମ ରହିଥାଏ ।

ଏହାର ଅର୍ଥ ଶିଶୁର ଶରୀରରେ ଉତ୍ପନ୍ନ ଉତ୍ତାପ ଶରୀର ପରିବର୍ତ୍ତେ ମୁଣ୍ଡ ଦେଇ ବାହାରିଥାଏ । ଏହା ଏକ ସାଧାରଣ ପ୍ରକ୍ରିୟା ଯାହା ସମୟ ସହିତ ପରିବର୍ତ୍ତନ ହୋଇଯାଏ । ଏହା ସହିତ ଅନ୍ୟ ଏକ କାରଣ ହେଉଛି ନବଜାତ ଶିଶୁମାନେ ବୟସ୍କଙ୍କ ପରି ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି କାରଣ ସେହି ସମୟରେ ସେମାନଙ୍କ ଶରୀର ଏତେ ବିକଶିତ ହୋଇନଥାଏ । ସେଥିପାଇଁ ପିଲାମାନେ ଶୀତଦିନେ ଅତ୍ୟଧିକ ଥଣ୍ଡା ଏବଂ ଖରାଦିନେ ଅତ୍ୟଧିକ ଗରମ ଅନୁଭବ କରିପାରନ୍ତି ।

ପ୍ରାୟତଃ ଯେତେବେଳେ ପିତାମାତାମାନେ ନିଜ ପିଲାଙ୍କ ମୁଣ୍ଡକୁ ଅତ୍ୟଧିକ ଗରମ ଦେଖନ୍ତି, ସେମାନେ ତାଙ୍କୁ ଅସୁସ୍ଥ ମନେ କରନ୍ତି ଏବଂ ତାଙ୍କୁ ଅଧିକ ଡ୍ରେସ୍‌ ପିନ୍ଧନ୍ତି । ଡକ୍ତରଙ୍କ ଅନୁଯାୟୀ ଏହା କରିବା ଉଚିତ ନୁହେଁ । ଯଦି ଆପଣ ନିଜ ପିଲାକୁ ଅତ୍ୟଧିକ ଗରମ ଡ୍ରେସ୍‌ ପିନ୍ଧାଉଛନ୍ତି । ତେବେ ଶିଶୁର ଶରୀର ଅପେକ୍ଷା ମୁଣ୍ଡ ଅଧିକ ଗରମ ହୋଇଯିବ । ତେଣୁ ପିଲାକୁ ହାଲୁକା ଏବଂ ଉଷୁମ ପୋଷାକ ପିନ୍ଧନ୍ତୁ ଯାହା ଦ୍ୱାରା ତାଙ୍କ ଶରୀରର ତାପମାତ୍ରା ସ୍ୱାଭାବିକ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.