ଆଜିଠୁ BSKY ନବୀନ କାର୍ଡ ପାଇଁ ଅନଲାଇନ ଆବେଦନ, ୧୬ ଯାଏ ଚାଲିବ ପଞ୍ଜୀକରଣ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ପାଇଁ ଆଜିଠୁ ଆରମ୍ଭ ହେବ ଆବେଦନ ଓ ପଞ୍ଜିକରଣ । ଏହା ଆସନ୍ତା ୧୬ ତାରିଖ ଯାଏ ଚାଲିବ । ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି।

ଭୁବନେଶ୍ୱର (କେନ୍ୟୁଜ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ପାଇଁ ଆଜିଠୁ ଆରମ୍ଭ ହେବ ଆବେଦନ ଓ ପଞ୍ଜିକରଣ । ଏହା ଆସନ୍ତା ୧୬ ତାରିଖ ଯାଏ ଚାଲିବ । ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି। ଏବେ BSKY ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି।

ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKYରେ ନାହାନ୍ତି, ସେମାନେ ଏହି ନୂଆ ଯୋଜନାରେ ସାମିଲ ହେବେ । ସେମାନେ ସମସ୍ତେ ନୂଆ BSKY-ନବୀନ କାର୍ଡ ପାଇବେ । ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ । ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ସାମିଲ ହେବେ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସହରାଞ୍ଚଳ ବାସିନ୍ଦା ଓ ସରକାରୀ କର୍ମଚାରୀ ଏଥିରେ ସାମିଲ ହେବେ ବୋଲି କଟକରେ ଏକ ସମାବେଶର ଯୋଗଦେଇ ଫାଇଭଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.