ଆଠଗଡ଼ରେ ବ୍ୟାପୁଛି ଝାଡାବାନ୍ତି, ୫ ଆକାନ୍ତ

ବ୍ୟାପୁଛି ଝାଡାବାନ୍ତି । ଆଠଗଡ଼ ତିଗିରିଆ ବ୍ଲକ ବିଷ୍ଣୁପୁରୁ ଗାଁରେ ପୁଣି ୫ ଆକାନ୍ତ ହୋଇଛନ୍ତି । ଏହା ପୂର୍ବରୁ ଗାଁରେ ୧୮ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଆହୁରି ୫ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

ଆଠଗଡ଼ (କେନ୍ୟୁଜ): ବ୍ୟାପୁଛି ଝାଡାବାନ୍ତି । ଆଠଗଡ଼ ତିଗିରିଆ ବ୍ଲକ ବିଷ୍ଣୁପୁରୁ ଗାଁରେ ପୁଣି ୫ ଆକାନ୍ତ ହୋଇଛନ୍ତି । ଏହା ପୂର୍ବରୁ ଗାଁରେ ୧୮ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଆହୁରି ୫ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ୧୦ରୁ ଉର୍ଦ୍ଧ୍ବ ଚିକିତ୍ସାଧୀନ ଥିବା ବେଳେ ୨ ଜଣ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି । ଦୂଷତ ପାଣି ବ୍ୟବହାର ଯୋଗୁ ଡାଇରିଆ ବ୍ୟାପୁଥିବା ଅନୁମାନ କରାଯାଉଛି । ବିନ୍ଧାଣିମା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଦଳ ଗାଁରେ ରହି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ଗାଁ ପରିମଳ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ସ୍ଥାନୀୟ ଲୋକେ ବ୍ୟବହାର କରୁଥିବା ବିଭିନ୍ନ ଖୋଲା କୂପର ପାଣିକୁ ବ୍ଲିଚିଂ ପକାଇ ବିଶୋଧନ କରାଯାଇଛି ।

ସେହିପରି ଝାଡ଼ା ବାନ୍ତି ବ୍ୟାପିଥିବା ପରିବାର ଗୁଡ଼ିକର ୬୦ ଜଣ ଲୋକଙ୍କୁ ପ୍ରତିଷେଧକ ମୂଳକ ଔଷଧ ପ୍ରଦାନ କରାଯାଇଛି । ଅନ୍ୟପଟେ ମେଡିକାଲ ଯାଇ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଆଠଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଆଠଗଡ଼ରେ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ତୁରନ୍ତ ଗାଁକୁ ଏକ ଡାକ୍ତରୀ ଟିମ ଯାଇ ବିଶୋଧନ କରିବା ସହ ଗ୍ରାମବାସୀଙ୍କୁ ସଚେତନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.